କାଗଜପତ୍ର ନଥିବା ଗାଡ଼ିରେ ଚୋରା ଚାଲାଣ

ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା: ରସୁଲପୁର ବ୍ଲକ ଅଧିନ ବ୍ରହ୍ମବରଦା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମାଙ୍କଡ଼ା ପଥର କାରବାର ବୃଦ୍ଧି ପାଇବାରେ ଲାଗିଛି । ସ୍ଥାନୀୟ ଅଞ୍ଚଳର କିଛି ଅସାଧୁ ବେପାରୀ ବ୍ରହ୍ମବରଦା ପୁଲିସକୁ ଚକମା ଦେଇ ମାଙ୍କଡ଼ା ପରିବହନ କରୁଥିବାରଦେଖିବାକୁ ମିଳିଛି । ଚୋରା ମାଙ୍କଡ଼ା ପଥର ପରିବହନରେ ବ୍ୟବହୃତ ହେଉଥିବା ଗାଡି ଗୁଡିକ ବିନା କାଗଜପତ୍ରରେ ବେଧଡ଼କ ଭାବେ ବ୍ରହ୍ମବରଦା ବାଟ ଦେଇ ଯିବାଆସିବା କରୁଛି । ଶୁକ୍ରବାର ସନ୍ଧ୍ୟାରେ କାଗଜପତ୍ର ନଥିବା ଓଆର୦୪-୦୦୭୧ ନଂ ବିଶିଷ୍ଟ ଟ୍ରକ ଚୋରା ମାଙ୍କଡ଼ା ପଥର ବୋଝେଇ କରି ଯିବା ବେଳେ ବ୍ରହ୍ମବରଦା ଅଞ୍ଚଳର ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଉକ୍ତ ଯୁବକଙ୍କ ଏକ ଗୋଡ ଭାଙ୍ଗିଯିବା ସହ ଗୁରୁତର ଆହତ ହୋଇ କଟକ ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ଘଟାଇଥିବା ଉକ୍ତ ଟ୍ରକଟିର ମାଲିକଙ୍କ ନାମ ନିହାର ରଞ୍ଜନ ଜଗଦେବ ହୋଇଥିବା ବେଳେ ଗାଡିଟିର ରେଜିଷ୍ଟ୍ରେସନ୍ ଅବଧି ସରିଯାଇଥିବା ସହ ଇନସୁରାନ୍ସ କିଫିଟ୍ନେସ ମଧ୍ୟ ନଥିବା ଅନଲାଇନ ସୋ କରୁଥିଲା । ସେଦିନ ଘଟଣାସ୍ଥଳରେ ବ୍ରହ୍ମବରଦା ପୁଲିସ ପହଞ୍ଚି ବେଆଇନ ଭାବେ ମାଙ୍କଡ଼ା ପରିବହନକ ଉକ୍ତ ଟ୍ରକକୁ ଜବତ କରି ଥାନାକୁ ଆଣିବା ସହ ଗାଡିର ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି କାହା ସାହାସରେ ଗାଡି ମାଲିକ ଚୋରା ମାଙ୍କଡ଼ା ପଥର ସାଙ୍ଗକୁ ବିନା କାଗଜପତ୍ରରେ ବ୍ରହ୍ମବରଦା ଅଞ୍ଚଳରେ ଏମିତି ଖୁଲମଖୁଲା ପରିବହନ କରୁଛନ୍ତି । ସେହିପରି କେବଳ ଚୋରା ମାଙ୍କଡ଼ା ପଥର ନୁହେଁ ବ୍ରହ୍ମବରଦା ଥାନା ନାକ ତଳେ ଦୈନିକ ଚୋରା କଳା ମେଣ୍ଟାଲ, ବୋଲ୍ଡର, ଗୋରୁ ଗାଡି, ଚୋରାମଦ, ଗଞ୍ଜେଇ ଆଦି ଚୋରା ଚାଲାଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।