କାଳବୈଶାଖୀ ବର୍ଷା; ଚିନ୍ତାରେ ମୁଗ ଚାଷୀ

 ବିଞ୍ଝାରପୁର : ଧାନ ଅମଳ ବେଳେ ଅଦିନିଆ ବର୍ଷା ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଥିଲା । ଏବେ ଗ୍ରୀଷ୍ମ ସମୟରେ କାଳବୈଶାଖୀ ଚାଷୀ କୁଳର ମୁଣ୍ଡବିନ୍ଧାର କାରଣ ସାଜିଛି । କାଳବୈଶାଖୀ ଯୋଗୁ ମୂଷଳଧାରରେ ବର୍ଷା କାରଣରୁ ବିଲରେ ହୋଇଥିବା ମୁଗ ପାଇଁ ଏହା ବଡ ବିପଦ ଆଣିପାରେ । ବର୍ଷା ସାଙ୍ଗକୁ ଯଦି କୁଆପଥର ହୁଏ ମୁଗ ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଯାଇଛନ୍ତି । ଏବେ ଚାଷୀଙ୍କ ଅମଳ ଧାନର ହଜାର ହଜାର କୁଇଣ୍ଟାଲ ଧାନ ମଣ୍ଡିରେ ପଡି ବର୍ଷାରେ ଓଦା ହେଉଥିବାରୁ ଚିନ୍ତାଥିବା ଚାଷୀ ଅଦିନିଆ ବର୍ଷା ଲାଗି ମୁଗ ଅମଳ ପାଇଁ ଚିନ୍ତାରେ ଚାଷୀକୁଳ । ବିଞ୍ଝାରପୁର ଅଂଚଳର କିଛି ଜମିÿରେ ମୁଗ ଛୁଇଁ ବାହାରି ଥିବା ବେଳେ କିଛି ଜାଗାରେ ଫୁଲ ଧରି ଆସିଥିବା ଦେଖିବାକୁ ମିଳିଛି । ଯଦି ଏହି ପରି ଲଗାଣ ବର୍ଷା ଆଉ ତାହା ସାଙ୍ଗକୁ କୁଆପଥର ହୁଏ ତେବେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯିବ ଏଥିରେ ସନେ୍ଦହ ନାହି ।