କିଆଝର ୟୁକୋ ବ୍ୟାଙ୍କରୁ ଚୋରି ଉଦ୍ୟମ
ଟମକା : ସ୍ଥାନୀୟ ଥାନା ଅନ୍ତର୍ଗତ କିଆଝର ୟୁକୋ ବ୍ୟାଙ୍କ୍ରୁ ଶନିବାର ବିଳମ୍ବିତ ରାତ୍ରୀରେ ଚୋରି ଉଦ୍ୟମ ହୋଇଛି । ଚୋରମାନେ ବ୍ୟାଙ୍କ୍ ଗ୍ରିଲ ସମେତ ଭିତର ଗଡ଼ରେଜ ସିସିଟିଭି ଭାଙ୍ଗି ଭିତରେ ପଶିଥିବା ବେଳେ ଲକର ଭାଙ୍ଗିବାରେ ଅସମର୍ଥ ହେବାରୁ ଅର୍ଥ ଲୁଟିବାରେ ବିଫଳ ହୋଇଛନ୍ତି । ସକାଳେ ସ୍ଥାନୀୟ ଲୋକ ଏହା ଦେଖି ଖବର ଦେବାରୁ ବ୍ୟାଙ୍କ୍ ପରିଚାଳକ ଅନନ୍ତ ନାରାୟଣ ସାହୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣା ସ୍ଥଳରେ ପହଁଚି ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।