କେନାଲ ସଫେଇକୁ ନେଇ ଅସନ୍ତୋଷ

ସାଲେପୁର : ଜଳସେଚନ ବିଭାଗର ଖାମଖିଆଲୀ ନୀତି ଯୋଗୁ ଅଦ୍ୟାବଧି ସାଲେପୁର ଅଞ୍ଚଳରେ କେନ୍ଦ୍ରାପଡ଼ା କେନାଲରୁ ବାହାରିଥିବା ବିଭିନ୍ନ ଶାଖା କେନାଲ ଗୁଡିକର କାଡ଼ା କେନାଲ ଗୁଡିକ ସଫେଇ କରାଯାଇନଥିବାରୁ ଚାଷ ଜମିର ଶେଷ ମୁଣ୍ଡରେ କେନାଲ ପାଣି ପହଞ୍ଚôପାରୁନଥିବାରୁ ଚାଷକାର୍ଯ୍ୟରେ ବିଳମ୍ବ ଘଟୁଛି । ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏବେ ଚାଷ କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଥିବାବେଳେ କେନ୍ଦ୍ରାପଡ଼ା କେନାଲରୁ ବାଲିସାହି ନିକଟରେ ବାହାରିଥିବା ବି.-୨ ଶାଖା କେନାଲ ଅଦ୍ୟାବଧି ସଫେଇ ହୋଇନଥିବାରୁ କେନାଲରେ ଆଣ୍ଠୁଏ ଉଚ୍ଚର ଘାସ ମାଡ଼ି ରହିଛି । ଫଳରେ ଏହି କେନାଲରେ ପାଣି ଯାଇପାରୁନଥିବାରୁ ଜମିର ଶେଷ ମୁଣ୍ଡରେ କେନାଲ ପାଣି ପହଞ୍ଚôପାରୁନାହିଁ । ଫଳରେ ଚାଷୀମାନେ ଚାଷକାର୍ଯ୍ୟ କରିବାକୁ ସକ୍ଷମ ହେଉନଥିବାବେଳେ ବର୍ଷା ପାଣି ଉପରେ ନିର୍ଭର କରି ନଈଗୁଆଁ, ବାଲିଆ, ଶଙ୍କରପୁର, ଚନ୍ଦ୍ରାଦେଇପୁର, କଣ୍ଟାସାହି, ବାଲିସାହି ସମେତ ବିଭିନ୍ନ ଅଞ୍ଚଳର ଚାଷୀମାନେ ଚାଷ କାର୍ଯ୍ୟକରିବାକୁ ବାଧ୍ୟ ହେଉଛନ୍ତି । ଅପର ପକ୍ଷରେ ଆବଶ୍ୟକୀୟ ବର୍ଷା ହେଉନଥିବାରୁ କେତେକ ଅଞ୍ଚଳରେ ଚାଷକାର୍ଯ୍ୟ ବିଳମ୍ବ ହେଉଛି । ଏହାନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସାଲେପୁର ବ୍ଲକ୍ ଅଞ୍ଚଳରେ ଥିବା କାଡ଼ା କେନାଲକୁ ତୁରନ୍ତ ସଫା କରିବା ସହ ମରାମତି କରିବାକୁ  ଏହି ଅଞ୍ଚଳର ଚାଷୀମାନଙ୍କ ପକ୍ଷରୁ ଦାବି ହୋଇଛି ।