କେନ୍ଦ୍ରୀୟ ଟିମ୍ର ଜୟପୁର ଗସ୍ତ
ଜୟପୁର: କୋରାପୁଟ ଜିଲ୍ଲା ଗସ୍ତରେ ଥିବା ୨ ଜଣିଆ କେନ୍ଦ୍ରୀୟ ଟିମ ଜୟପୁର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗସ୍ତ କରି ପିଏମ ଆୱାର୍ଡÿ ନିମନ୍ତେ ଆକଳନ କରିଛନ୍ତି । ଏହି ଟିମରେ ପ୍ରତିରକ୍ଷା ମନ୍ତ୍ରଣାଳୟର ନିଦେ୍ର୍ଦଶକ କେ.ବାଲେନ ନାୟକ ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ନିଦେ୍ର୍ଦଶକ ବିକାଶ ସିଂ ରହିଛନ୍ତି । ପିଏମ ସୂର୍ଯ୍ୟ ଘର ମୁଫ୍ତ ବିଜିଲି ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା, ହର ଘର ଜଳ ଯୋଜନା, ମିଶନ ଇନ୍ଦ୍ରଧନୁଶ, ପିଏମଜେଏୱାଇ, ପିଏମ ଏସଭିଏ ନିଧି ପ୍ରମୁଖ ୭ ଟି କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ସହ ଜୟପୁର ବ୍ଳକର ଟାଙ୍କୁଆ, ଜୟପୁର ପୌରାଞ୍ଚଳ ଏବଂ ବୈପାରିଗୁଡା ବ୍ଲକର ଚନ୍ଦ୍ରପଡା ଯାଇ ଆଲୋଚନା କରିଥିଲେ । ଚନ୍ଦ୍ରପଡ଼ା ସ୍ଥିତ ଗ୍ରାମୀଣ ଶିଳ୍ପ ପାର୍କ ମଧ୍ୟ ପରିଦର୍ଶନ କରିଥିଲେ ।ଏହି ଟିମ୍ ଆସନ୍ତାକାଲି ଲକ୍ଷ୍ମୀପୁର ଓ ସେମିଳିଗୁଡା ଗସ୍ତ କାର୍ଯ୍ୟକ୍ରମ ରହିଥିବା ଜିଲ୍ଲାପାଳ ଭୀ କୀର୍ତ୍ତି ୱାସନ କହିଛନ୍ତି ।କେନ୍ଦ୍ରୀୟ ଟିମଙ୍କ ଗସ୍ତ ବେଳେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, କୋରାପୁଟ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଜୟପୁର ଉପଜିଲ୍ଲାପାଳ ତଥା ଜୟପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶ୍ରୀ ଆକାଭରମ ସସ୍ୟା ରେଡ୍ଡୀ, ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।