କେନ୍ଦ୍ର ସମବାୟ ବ୍ୟାଙ୍କର ବାର୍ଷିକ ସାଧାରଣ ସଭା
ବାଙ୍କୀ: ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଲିଃ ବାର୍ଷିକ ସାଧାରଣ ସଭା ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବ୍ୟାଙ୍କର ସଭାତି ସୁବାସ ଚନ୍ଦ୍ର ପାଢ଼ୀ ସଭାପତିତ୍ୱ କରିବା ସହ ତାଙ୍କର ଅଭିଭାଷଣରେ ବ୍ୟାଙ୍କ କିପରି ଏକ ନମ୍ବର ବ୍ୟାଙ୍କ ହୋଇ ପାରିବ ତାହା ଉପରେ ଗୁରୁତ୍ୱ ଦେଇଥିଲେ । ବର୍ତ୍ତମାନ ବ୍ୟାଙ୍କରେ ଏକ ଲକ୍ଷ ୧୯ହଜାର ୬ଶହ ୪ଜଣ ସମବାୟ ସଭ୍ୟ ଅଛନ୍ତି ବୋଲି ପ୍ରକାଶ କରିଥିଲେ । ଏଥିରେ ସଂପାଦକ କରୁଣାକର ସାହୁ ବାର୍ଷିକ ବିବରଣୀ ପଠନ କରିବା ସହ ଏହି ବ୍ୟାଙ୍କ ସର୍ବଭାରତୀୟ ସ୍ତରର ସମସ୍ତ ବ୍ୟାଙ୍କର ଚେକ୍ ରିହାତି ଦର ଏବଂ କମ୍ ସମୟରେ ସଂଗ୍ରହ କରିବା ନିମନ୍ତେ ବ୍ୟାଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଛି ବୋଲି ପ୍ରକାଶ କରିଥିଲେ । ଏହି ସଭାରେ ବାଙ୍କୀ, ଡମପଡ଼ା, ତିଗିରିଆ, ବଡମ୍ବା, ନରସିଂହପୁର ଏବଂ ବାଙ୍କୀ ଏନ୍ଏସିର ସମସ୍ତ ସେବା ସମବାୟ ସମିତିର ସଭାପତି ଏବଂ ନିଦେ୍ର୍ଦଶକ ଯୋଗଦାନ କରି ସେମାନଙ୍କର ମତାମତ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ନିଦେ୍ର୍ଦଶକ ଆଶିଷ କୁମାର ସାହୁଙ୍କ ସମେତ ସମସ୍ତ ନିଦେ୍ର୍ଦଶକ ନିଦେ୍ର୍ଦଶିକା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୨୦୨୩-୨୪ର ବିବରଣୀ ପଠନ, ୨୦୨୪-୨୫ର ଅଟକଳ ଉପସ୍ଥାପନ, ୨୦୨୩-୨୪ଆର୍ଥôକ ବର୍ଷରେ ବ୍ୟାଙ୍କରେ ହୋଇଥିବା ନେଟ୍ ଲାଭାଂଶରେ ବଣ୍ଟନ ବିଷୟରେ ଆଲୋଚନା ହୋଇଥିଲା ।