କେହି ଜଣେ ତ ଅଛି
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନରେ 'କେହି ଜଣେ ତ ଅଛି'ର ଯଥାର୍ଥତା କ୍ଷ ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ବିପଦରେ ନ ପଡିଲା ଯାଏଁ ପ୍ରାୟ ମଣିଷ ଜଣେ ପ୍ରକୃତ ବନ୍ଧୁଙ୍କୁ ଲୋଡେ ନାହିଁ । ଜୀବନକାଳରେ ମଣିଷକୁ ବନ୍ଧୁ ଭଳି ବ୍ୟବହାର କରିଥିଲେ ବିପଦ ସମୟରେ ବନ୍ଧୁମାନଙ୍କୁ ଖୋଜିବାର ଆବଶ୍ୟକତା ପଡିବ ନାହିଁ । ସେମାନଙ୍କୁ ଡାକିଲା ଯାଏଁ ଅପେକ୍ଷା କରିବାକୁ ପଡିବ ନାହିଁ । ଦୁଃଖ ଓ ଦୁର୍ଦ୍ଦିନରେ ସବୁ ନହେଲେ ମଧ୍ୟ, କିଛି ବନ୍ଧୁ ନିଶ୍ଚୟ ଆସି ସହାୟତାର ହାତ ବଢେଇବେ । କିଛି ନହେଲେ ବି କେହି ଜଣେ ବି ତ ଅଛି । ଆଉ ସ୍ୱାର୍ଥ ପାଇଁ ଜୀବନରେ ସମସ୍ତଙ୍କୁ କୁକୁର, ବିଲେଇ, ମାଙ୍କଡ ଭଳି ଛେର୍ ଛେର୍-ତେର୍ ମେର୍ କରିଥିଲେ, କେହି କାହାରିକୁ କେଶ ପ୍ରମାଣେ ସୁଦ୍ଧା ପଚାରନ୍ତି ନାହିଁ! କଥାଟି ସାମାନ୍ୟ ଅପ୍ରୀତିକର ବୋଧ ହେଉଥିଲେ ସୁଦ୍ଧା, ଜୀବନର ଏ କଠିନ ସତ୍ୟ ସହିତ ସାମ୍ନାସାମ୍ନୀ ହେବା ପାଇଁ ଆମେ ସମସ୍ତେ ବାଧ୍ୟ । ମନୁଷ୍ୟ ଜୀବନରେ ବିପଦ ହେଉଛି ଏକ ପରୀକ୍ଷାର ଅବସର । ବିପଦ ପଡିଲେ ଯାଇ ମଣିଷ ତାହା ଚାରିପଟେ ଥିବା ଲୋକମାନଙ୍କୁ ଚିହ୍ନିଥାଏ । ପଶୁପକ୍ଷୀ ଜଗତରେ ପରସ୍ପରକୁ ସହାୟତା କରିବା ଏକ ଜନ୍ମଗତ ଗୁଣ । କାଉ, କୁକୁର ଭଳି ପ୍ରାଣୀ କାହାରି ଜଣଙ୍କର ଅସୁବିଧା ହେଲେ ସେମାନେ ଏକାଠି ହୋଇ ରାବନ୍ତି ନ ହେଲେ ଭୁକନ୍ତି । ମଣିଷ ଏଥିରେ ଏକ ବ୍ୟତିକ୍ରମ ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ନମସ୍କାର ।