ଖଡିଆଳ ମହୋତ୍ସବ ଉଦ୍ଘାଟିତ

ନୂଆପଡା: କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପ୍ରାଚୀନ ଲୋକଗୀତ, ଲୋକନୃତ୍ୟ, ଲୋକକଳାର ପୁନର୍ଜୀବିତ କରିବା ଉଦେ୍ଦଶ୍ୟ ନେଇ ନୂଆପଡା ଜିଲ୍ଲାର ପ୍ରମୁଖ ସହର ଖଡିଆଳ ଠାରେ ଅନୁଷ୍ଠିତ ହେଉଥିବା ଖଡିଆଳ ମହୋତ୍ସବ ଖଡ଼ିଆଳ ରାଜା ଆର୍ତ୍ତରାଣ ହାଇସ୍କୁଲ ପଡିଆ ଠାରେ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ଯୋଗଦାନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ଡ. ଫଣିନ୍ଦମ ସିଂ ଦେଓ, ସମ୍ମାନିତ ଅତିଥି ଭାବରେ ବିଶିଷ୍ଠ ପ୍ରନôତାତ୍ତ୍ୱିକବିତ ତଥା ଖଡ଼ିଆଳ ରାଜା ସାହେବ ଡ.ଜିତାମିତ୍ର ସିଂ ଦେଓ, ନୂଆପଡା ଜିଲ୍ଲା ପରିଷଦ ଭାଇସ୍ ପ୍ରେସିଡେଣ୍ଟ ଦୀପିକା ଦୀପ, ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଖଡ଼ିଆଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରସିଙ୍ଗ ଗାଦବା, ଖଡ଼ିଆଳ ବିଜ୍ଞାପିତ ନିର୍ବାହୀ ଯନ୍ତ୍ରୀ ସ୍ୱାଧୀନ କେତନ ମହାରଣା ପ୍ରମୁଖ ଯୋଗଦାନ କରିଥିଲେ । ମହୋତ୍ସବ ପାଳନ କମିଟିର ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ ସଂଯୋଜକ ଡଃ ସୁଶାତ କୁମାର ବିଶି ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମହୋତ୍ସବ ପାଳନ କମିଟିର ସଂପାଦକ ସୁନୀଲ କୁମାର ସାହୁ ସମ୍ପାଦକୀୟ ବିବରଣୀ ପଠନ କରିଥିବାବେଳେ ଅନ୍ୟତମ ସଂଯୋଜକ ପବିତ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମେ ଖଡିଆଳ ଅଧିଷ୍ଟାତ୍ରୀ ଦେବୀ ମା’ ସମଲେଶ୍ୱରୀ, ମା’ ଠାକୁରାଣୀ, ବଡଦଧିବାମନ ଏବଂ ଗଡ଼ଜାତ ଦେବୀ ରକ୍ତାମ୍ବରୀ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଐତିହାସିକ ଯୋଗିମଠ ଋଷିପୀଠରେ ପୂଜା କରି ମଶାଳ ଶୋଭାଯାତ୍ରା କରାଯାଇଥିଲା । ତେବେ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ କଳାକାର ନୃତ୍ୟଗୀତ ପରିବେଷଣ କରିଥିଲେ ।  ଭବାନୀପାଟଣାର କଳାହାଣ୍ଡି କଳାକେନ୍ଦ୍ରର ଓଡିଶୀ, ଡାନ୍ସ ଏକ୍ସଡେମୀ କୋଲକତାର ଆଦି ନୃତ୍ୟ କଳା, ଜ୍ୟୋସ୍ନା ଗ୍ରୁପ ପଦ୍ମପୁର, ଖଡ଼ିଆଳ ଡାନ୍ସ ହବ, ଖଡ଼ିଆଳ ଧର୍ମେସ ଡାନ୍ସ ଏକାଡ଼େମୀ ସୁପ୍ରିୟା ଓ ଗ୍ରୁପ ସାହୁ ପଡା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।