ଖବରକାଗଜ ବିତରକଙ୍କ ହୃଦଘାତରେ ମୃତୁ୍ୟ 

ବାଲୁଗାଁ:  ଖବର କାଗଜ ବିତରକ ମଦନ ମୋହନ ସୁବୁଦ୍ଧଙ୍କ ସକାଳୁ ଖବର କାଗଜ ବାଣ୍ଟିବା ସମୟରେ ଛାତି ଯନ୍ତ୍ରଣା ହେବାରୁ ପୁଅ ସ୍ଥାନୀୟ ସରକାରୀ ଡାକ୍ତରଖାନା ନେଇଯାଇଥିଲେ । ସେଠାରେ ଚିକିତ୍ସାଧୀନ ସମୟରେ ହିଁ ମୃତୁ୍ୟ ହୋଇଥିଲା । ତାଙ୍କ ଘର ବାଣପୁର ଜିଲ୍ଲା ଖୋର୍ଦ୍ଧା ବଜାର ସାହିରେ । ଏହି ଦୁଃଖଦ ଖବର ପ୍ରସାରିତ ହେବା ପରେ ବାଣପୁର ଓ ଆଖ ପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା । ସେ ଜଣେ ମେଳାପୀ ସହ ହସ ଖୁସି ବାଣ୍ଟିବା ଜଣେ ବିରଳ ମନୀଷୀ ଥିଲେ । ବହୁ ବର୍ଷ ଧରି ତାଙ୍କ ପରିବାର ଖବର କାଗଜ ବିତରଣରେ ନିଜକୁ ନିୟଜିତ କରି ସମସ୍ତଙ୍କର ପ୍ରିୟ ପାତ୍ର ହେବା ସଂଗେ ଖବର ପହଞ୍ଚାଇବାର ଏକ ମାଧ୍ୟମ ଥିଲେ ।