ଗଜଲକ୍ଷ୍ମୀ ପୂଜା ମଣ୍ଡପକୁ ଆର୍ଥôକ ସହୟତା ଦାବି କଲେ ବିଧାୟକ 

 କେନ୍ଦ୍ରାପଡା : କେନ୍ଦ୍ରାପଡାରେ ଚଳିତ ବର୍ଷ ପବିତ୍ର ଗଜଲକ୍ଷ୍ମୀ ପୂଜା ଓ ଭଷାଣୀ ପର୍ବ ଭକ୍ତି ଓ ଉତ୍ସାହର ସହ ପାଳିତ ହେବ । ଏହି ଗଜଲକ୍ଷ୍ମୀ ପୂଜା ଓଡିଶା ବିଖ୍ୟାତ ଏବଂ କେନ୍ଦ୍ରାପଡା ଜିଲ୍ଲାର ଏହା ସର୍ବବୃହତ ସାର୍ବଜନୀନ ଗଣପର୍ବ । ଏହା ୭ ଦିନ ବ୍ୟାପି ପୂଜା କରାଯିବା ସହିତ ଦୁଇଦିନ ଧରି ମେଲଣ ଓ ଭଷାଣୀ ପର୍ବ ପାଳନ କରାଯାଇଥାଏ । ବିଗତ ୧୯୨୫ ମସିହା ଠାରୁ ଆରମ୍ଭ ହୋଇଥିଲା । ଏହି ଗଣ ମହୋତ୍ସବ ଚଳିତ ବର୍ଷ ଏକଶତ ବର୍ଷରେ ପଦାପର୍ଣ କରୁଛି । ଚଳିତ ୨୦୨୫ରେ ସମୁଦାୟ ୪୮ଟି ମେଢ ମଣ୍ଡପରେ ଜଗତ ଜନନୀ ମା’ଙ୍କ ପୂଜା ଅକ୍ଟୋବର ୭ ରୁ ୧୫  ତାରିଖ ପର୍ଯ୍ୟନ୍ତ ପାଳିତ ହେବ । ରାଜ୍ୟ ସରକାର ଢେଙ୍କାନାଳ ପ୍ରତ୍ୟେକ ଗଜଲକ୍ଷ୍ମୀ ପୂଜା ମଣ୍ଡପକୁ ୫୦ହଜାର ଟଙ୍କା ଲେଖାଁଏ ଆର୍ଥୀକ ସହୟତା ମଞ୍ଜୁର କରିଛନ୍ତି । କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜା ଏକଶତ ବର୍ଷ ପୂରଣ କରୁଥିବାରୁ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜାକୁ ଅନୁରୁପ ଭାବରେ ଆର୍ଥୀକ ସହୟତା ପ୍ରଦାନ କରିବାକୁ ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀଙ୍କ ନିକଟରେ ପତ୍ରମାଧ୍ୟମରେ ଅନୁରୋଧ  କରିଛନ୍ତି ।