ଗଦାଧର ମହାପାତ୍ର ମେମୋରିଆଲ ହଲ ପୁନର୍ବିନ୍ୟାସ
ଖୋର୍ଦ୍ଧା : ରୋଟାରୀ ଭବନ ପରିସରରେ ଗଦାଧର ମହାପାତ୍ର ମେମୋରିଆଲ ହଲର ପୁନର୍ବିନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଅନୁଷ୍ଠାନିକ ଭାବେ ଏହାକୁ ଉଦ୍ଘାଟନ କରିଥିଲେ । ବିଧାୟକ ନିଜସ୍ୱ ପାଣ୍ଠି ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ଅର୍ଥ ପ୍ରଦାନର ବ୍ୟବସ୍ଥା କରିଥିଲେ । ଏହି ଉତ୍ସବରେ ବିଧାୟକ ଜଗଦେବ ନିଜ ବକ୍ତବ୍ୟରେ, ରୋଟାରୀ ହେଉଛି ବିଶ୍ୱର ସବୁଠାରୁ ବଡ଼ ପରିବାର । ଜନ କଲ୍ୟାଣ ଉଦେ୍ଦଶ୍ୟରେ ଏହି ସଂସ୍ଥା ତାର ପ୍ରୟାସ ଜାରି ରଖିଛି ଯାହା ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ କହିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷା ଶୌର୍ଯ୍ୟରଞ୍ଜନ ମହାନ୍ତି, ପୂର୍ବତନ ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର ଯୋଗଦେଇ ସୁଚିନ୍ତିତ ମତାମତ ଦେଇଥିଲେ । ରୋଟାରୀ କ୍ଲବର ଉପଦେଷ୍ଟା ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । କ୍ଲବ୍ର ସଭାପତି ରୋଟାରିଆନ ସୁକାନ୍ତ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସମ୍ପାଦକ ସଞ୍ଜୟ ବର୍ମନ ଧନ୍ୟବାଦ ଅର୍ପଣ କରିଥିଲେ । ରୋଟାରିଆନ ଦେବ ପ୍ରସାଦ ମଜୁମଦାର, ସୁଚିସ୍ମିତା ପରିଜା, ତାପସ ବୋଷ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏଥିରେ କ୍ଲବ୍ର ସଦସ୍ୟ ନରସିଂହ ପ୍ରସାଦ ପଟ୍ଟନାୟକ, ପ୍ରହଲ୍ଲାଦ ପ୍ରଧାନ, ମଦନ ରାମ ଓ ରୋଟ୍ରାକ୍ଟ କ୍ଲବର ସମସ୍ତ ସଦସ୍ୟ, ସଦସ୍ୟା ଯୋଗ ଦେଇଥିଲେ । ଏହି ଭବନ ନିର୍ମାଣରେ ସାଂସଦ ବୈଜୟନ୍ତ ପଣ୍ଡା, ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ତଥା ସ୍ୱର୍ଗତ ଗଦାଧର ମହାପାତ୍ରଙ୍କର ଅବଦାନ ଚିରସ୍ମରଣୀୟ ବୋଲି ଅତିଥିମାନେ ମତ ଦେଇଥିଲେ ।