ଗାଁରେ ଉତ୍ତେଜନା : ଠାକୁରାଣୀଙ୍କ ଜମିରୁ କାଟିଦେଲେ ଗଛ

 ଦାନଗଦୀ:  ଦାନଗଦୀ ବ୍ଲକ ମଙ୍ଗଳପୁର ପଞ୍ଚାୟତ ନୂଆଗାଁ ଗ୍ରାମର ଗ୍ରାମଦେବତୀ ମା’ଖଣ୍ଡୁରାଇଙ୍କ ଜମି ଜବର ଦଖଲ ଉଦ୍ୟମ କରୁଥିବା କିଛି ଜମି ଦଲାଲଙ୍କ କାର୍ଯ୍ୟକୁ ଗ୍ରାମବାସୀ ବିରୋଧ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ହେଲା ଗ୍ରାମ ଦେବତୀଙ୍କ ୫ ଏକର ଜାଗା କେଉଁ କାଳରୁ ଅଛି । ଗ୍ରାମଦେବତୀଙ୍କ ପାଖରେ ହନୁମାନଙ୍କ ପୀଠ, ଶନିଙ୍କର ପୀଠ ଅଛି । ଖାଲିଥିବା ଜମିରେ ବିଭିନ୍ନ ପ୍ରକାର ୪୦ରୁ ଉଦ୍ଧ୍ୱର୍ ଗଛ ରହିଥିଲା । କଳିଙ୍ଗନଗର ଶିଳ୍ପନଗରୀ ହେବାରୁ କିଛି ଜମି ଦଲାଲ ଶିଳ୍ପାଞ୍ଚଳ ଚାରିପାଖରେ ଥିବା ସବୁ ପଞ୍ଚାୟତ ମାନଙ୍କର ଅଳ୍ପ କିଛି ପଟ୍ଟା ସ୍ଥିତିବାନ ଜମି କିଣି ତାକୁ ଲାଗିକି ରହିଥିବା ଏକର ଏକର ଗୋଚର, ଅନାବାଦୀ ଜମିକୁ ଜୋର ଜବରଦସ୍ତ ଦଖଲ କରୁଛନ୍ତି । ସେହିପରି ନୂଆ ଗାଁର ଅଳ୍ପ କିଛି ସ୍ଥିତିବାନ ଜମି କିଣି ତା ପାଖକୁ ଲାଗିଥିବା ଗୋଚର ଠାକୁରାଣୀଙ୍କର ଏକ ଏକରରୁ ଉଦ୍ଧ୍ୱର୍ ଜାଗାକୁ ଜଣେ ଜମି ଦଲାଲ ମାଡିବସି ଜମିରେ ଥିବା ୪୦ରୁ ଉଦ୍ଧ୍ୱର୍  ବଡ଼ ବଡ଼ ଗଛ କାଟିବା ସହ ସେ ସ୍ଥାନର କାରଖାନାର ବର୍ଜ୍ୟ ପାଉଁଶ ଗଦା କରିଛନ୍ତି । ବେଆଇନ ଭାବେ କିପରି ସେ ଏତେ ଗଛ କାଟିଲେ, ଗାଁ ଭିତରେ କିପରି ବର୍ଜ୍ୟ ପାଉଁଶ ଗୁଣ୍ଡ ପକାଇଲା ତାକୁ ବିରୋଧ କରି ଗ୍ରାମବାସୀ ଏକତ୍ରିତ ହୋଇ ବନ ବିଭାଗ ଓ ତହସିଲ ଅଫିସର ଅଭିଯୋଗ କରିବା ସହ କାମ ବନ୍ଦ କରିଛନ୍ତି । ଯଦି ଜୋର ଜବରଦସ୍ତ ଜମି ମାଫିଆ ଏପରି ବେଆଇନ କାମ କରନ୍ତି ପ୍ରଶାସନ କିଛି ପଦେକ୍ଷପ ନ ନିଏ ତାହେଲେ ଆଗକୁ ତହସିଲ ଅଫିସ ସମ୍ମୁଖରେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି ନୂଆଗାଁର ବିଷ୍ଣୁ ନାଟିଆ, ରବୀନ୍ଦ୍ର ବେହେରା, ତ୍ରିଲୋଚନ ବେହେରା, କୃପାସିନ୍ଧୁ ସେଠୀ, ମେଙ୍କ ମଲ୍ଲିକ, ବଂଶୀଧର ସେଠୀ, ଚେମା ମଲ୍ଲିକ, କାଠିଆ ସେଠୀ ପ୍ରମୁଖ ।