ଗାନ୍ଧି ଓ ଗାନ୍ଧିବାଦର ପ୍ରାସଙ୍ଗିିକତା 

ହିମାଂଶୁ ଶେଖର ଆଚାର୍ଯ୍ୟ :ମୋହନ ଦାସ କରମଚାନ୍ଦ ଗାନ୍ଧିରୁ - ମହାତ୍ମା ଗାନ୍ଧି । ଦୀର୍ଘ ୭୯ ବର୍ଷର ଜୀବନ । ଆଶା କରିଥିଲେ ୧୨୫  ବର୍ଷ ବଞ୍ଚôବେ । ବାକି ରହିଗଲା ୪୬ବର୍ଷର ଜୀବନ । ତାରି ଭିତରେ ଘାତ-ପ୍ରତିଘାତ, ସଂଘାତ-ସଂଘର୍ଷ ଓ ଅନେକ ପ୍ରତିକୁଳ ପରିସ୍ଥିତିରେ ସେ ଗତିକରି ଆମକୁ ଦେଇଥିଲେ ବହୁ ପ୍ରତୀକ୍ଷିତ ସ୍ୱାଧୀନତା । ଜନ୍ମ ନେଇଥିଲେ ୧୮୬୯ମସିହା ଅକ୍ଟୋବର ୨ ତାରିଖରେ ଓ ଚାଲିଗଲେ ୧୯୪୮ ମସିହା  ଜାନୁୟାରୀ ୩୦ ତାରିଖରେ । ଆମ ଦେଶର ସ୍ୱାଧୀନତାର କର୍ଣ୍ଣଧାର ଥିଲେ ସେ । ସବୁରି ପ୍ରିୟ ବାପୁଜୀ । ଆଉ ସୁଭାଷ ଚନ୍ଦ୍ର ବୋଷଙ୍କ ଭାଷାରେ ସେ ଥିଲେ ଜାତିର ପିତା । ତାଙ୍କରି ସ୍ମୃତିରେ ବର୍ଷକୁ  ଦୁଇ ଥର ଆମେ ଜାତିର ପିତାଙ୍କ ଗୁଣ ଗାନକରି ଆମେ ଆତ୍ମହରା ହୋଇଯାଉ । ଗାନ୍ଧିଙ୍କ ଉପରେ ଅନର୍ଗଳ ଭାଷଣ ଦେଉ । ବାହାବା ବି ସାଉଁଟୁ । କିନ୍ତୁ କେହି ଜଣେ କୁହନ୍ତିନି  ମୁଁ ଗାନ୍ଧିଙ୍କ ପରି ହେବି । ତାଙ୍କ ଆଦର୍ଶରେ ବାଟ ଚାଲିବି । ତାଙ୍କ ସତ୍ୟ ଓ ଅହିଁସାକୁ ଜୀବନର ବ୍ରତ କରିବି । ଗାନ୍ଧି ଆଚରଣ ଓ ଉଚ୍ଚାରଣରେ ସାମଞ୍ଜସ୍ୟ ଥିବା ଜଣେ ବିରଳ ମଣିଷ  । କିନ୍ତୁ ଆମର ଆଚରଣ ଓ ଉଚ୍ଚାରଣରେ ଅନେକ ତଫାତ । ସେହି ଦିନ ମଧ୍ୟ ଥିଲା ଶାସ୍ତ୍ରୀଙ୍କ ଜୟନ୍ତୀ  । ଏମିତି ଅନେକ ବରପୁତ୍ରଙ୍କର  ଆମେ ଗୁଣ ଗାନକରୁ  ତାପରେ ସବୁ ଭୁଲିଯାଉ । ଏହାହିଁ ନିରାଟ ସତକଥା  ।  ସେ ଦୃଷ୍ଟିରୁ ବିଚାର କଲେ ଗାନ୍ଧି ଥିଲେ ଶ୍ରେଷ୍ଠମାନଙ୍କ ମଧ୍ୟରେ ଶ୍ରେଷ୍ଠତ୍ତମ । ସେଥିପାଇଁ ବିଶିଷ୍ଟ ବୈଜ୍ଞାନିକ ଆଇନଷ୍ଟାଇନ୍ କହିଥିଲେ “ଆଗାମୀ ବଂଶଧର କ୍ୱଚିତ୍  ବିଶ୍ୱାସ କରତ୍ପାରନ୍ତିିଁ ଯେ ଏମିତିି ଜଣେ ରକ୍ତ-ମାଂସ ଧାରି ବ୍ୟକ୍ତି ଏ ପୃଥିବୀପୃଷ୍ଠରେ ପଦାର୍ପଣ କରିଥିଲେ ।”  ଗାନ୍ଧିଜୀଙ୍କ  ଆଦର୍ଶ ଥିଲା ସମକାଳୀନ ବିଶ୍ୱରେ  ବିରଳ । ସତ୍ୟ ଓ ଅହିଂସା ଥିଲା ତାଙ୍କର ଅମୋଘ ଅସ୍ତ୍ର । ୧୮୯୩ ମସିହାରୁ ୧୯୧୪ ମସିହା ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ରହଣି ମଧ୍ୟରେ ଗାନ୍ଧି ସେଠାକାର ଗୋରା ସରକାରଙ୍କ ବିରୋଧରେ ଯେଉଁ ଅମୋଘ ଅସ୍ତ୍ର ପ୍ରୟୋଗ କରିଥିଲେ ତାହା ସତ୍ୟାଗ୍ରହ ନାମରେ ପରିଚିତ । ଅହିଂସା ଆନେ୍ଦାଳନକୁ ଜାରି ରଖି ଦକ୍ଷିଣ ଆଫ୍ରିକାର ଜନସାଧାରଣମାନଙ୍କ ଅଧିକାର, ସମାନତା ଓ କଳାଗୋରା ଭେଦଭାବର ପରିସମାପ୍ତି ଘଟାଇଥିଲେ । ୧୯୧୫ ମସିହାରେ ସେ ଭାରତକୁ ଫେରିଆସିଲେ ।  ଭାରତୀୟ ମୁକ୍ତି ସଂଗ୍ରାମକୁ ଏକ ନୂଆ ମୋଡ ଦେଇ ତାର ମଙ୍ଗୁଆଳ ସାଜିଥିଲେ । ୧୯୨୧ ମସିହାରେ ଅସହଯୋଗ ଆନେ୍ଦାଳନ, ୧୯୩୦ରେ ଲବଣ ସତ୍ୟାଗ୍ରହ ଓ ଶେଷରେ ୧୯୪୨ରେ ଭାରତଛାଡ ଆନେ୍ଦାଳନର ଫଳସ୍ୱରୂପ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତବର୍ଷ ପରାଧୀନତାର ଶୃଙ୍ଖଳରୁ ମୁକ୍ତହେଲା । ପରାକ୍ରମୀ ଇଂରେଜ ସରକାର ତାଙ୍କ ପାଖରେ ପରାଜୟ ସ୍ୱୀକାର କଲେ । ଏହାଥିଲା ତାଙ୍କ  ଐକାନ୍ତିକ ନିଷ୍ଠା ଓ ନିରବଚ୍ଛିନ୍ନ ସାଧନାର ଫଳ । ସେଥିପାଇଁ ସେ ମାହାମାନବର ଆସନରେ ଆସୀନ ।  ତାଙ୍କ ମତରେ ସବୁ ସମସ୍ୟା ସମାଧାନର ଚାବିକାଠି ସତ୍ୟ ଓ ଅହିଂସା ।  ତାଙ୍କ ଆଦର୍ଶ ଓ ଦୃଷ୍ଟିକୋଣକୁ ନେଇ ଆମ ଦେଶ ସ୍ୱାଧୀନ ହେବାର ୨୦ ବର୍ଷ ପରେ ଏସିଆ  ଓ ଆଫ୍ରିକାର ବହୁ ପରାଧୀନ ଦେଶ ଶାନ୍ତିପୂର୍ଣ୍ଣ ଉପାୟରେ ସ୍ୱାଧୀନତା ଲାଭ କରିବାରେ ସଫଳ ହେଲେ । ଅନ୍ୟ ଏକ ଦିଗରୁ ବିଚାରକଲେ ଆନ୍ନା ଅନଶନ ବେଶ୍ କିଛିଦିନ ପରେ ପ୍ରମାଣ କରିଛି ଯେ ‘ଗାନ୍ଧିବାଦ’ର ପ୍ରୟୋଗ ଯେକୌଣସି ସ୍ଥିତିରେ କରାଯାଇ ଆଖିଦୃଶିଆ ସଫଳତା ଆଶା କରାଯାଇପାରେ ।  
ସେ ଥିଲେ ଦରିଦ୍ର, ନିଷ୍ପେଷିତ, ଅବହେଳିତ ଜନତାର ଆଶା ଓ ଆକାଂକ୍ଷାର ପ୍ରତୀକ । ତେଣୁ  ଆଧୁନିକ ମଣିଷର ଉପଭୋଗ ପାଗଳାମୀରେ ବିବ୍ରତ ହୋଇପଡିଥିଲେ । ସେଥିପାଇଁ ସେ ମୌଳିକ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଚାଲିଥିଲେ - ଏଥିରେ ସବୁ ରଚନାତ୍ମକ କାର୍ଯ୍ୟକ୍ରମକୁ ବ୍ୟବହାରିକ ରୂପ ଦେବାର ଚାବିକାଠି ରହିଛି । ନିଶା ନିବାରଣ ଉପରେ ମଧ୍ୟ ଆପଣ ସର୍ବଦା ଗୁରୁତ୍ୱ ଦେଉଥିଲେ । ତାଙ୍କମତରେ ନିଶା ସେବନ ମଣିଷକୁ ବିପଥଗାମୀ କରିବା ସଙ୍ଗେ ସଙ୍ଗେ ତାର ଆର୍ଥିକ ଉନ୍ନତିରେ ଅନ୍ତରାୟ ହୋଇଥାଏ । ସ୍ୱାଧୀନତାର ୭୮ ବର୍ଷପରେ ବି କୌଣସି ରାଜ୍ୟ ସମ୍ପୂର୍ଣ୍ଣ ନିଶାମୁକ୍ତ ହୋଇପାରିଲା ନାହିଁ । ନାରୀଶିକ୍ଷା ଓ ନାରୀ ଜାଗରଣ ଉପରେ ସେ ସର୍ବଦା ଗୁରତ୍ୱ ଦେଉଥିଲେ । ତାଙ୍କ ସ୍ୱପ୍ନର ଭାରତରେ ମହିଳାମାନଙ୍କୁ ପୁୁରୁଷମାନଙ୍କ ସହିତ ସମାନ ମର୍ଯ୍ୟାଦା ଦେବାପାଇଁ ସେ ମଧ୍ୟ କହିଥିଲେ । ଆଜି ଭାରତରେ ନାରୀମାନେ ସବୁଠାରୁ ଅସୁରକ୍ଷିତ ବୋଲି କୁହାଯାଉଛି । ଦିଲ୍ଲୀଠାରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଏକ କଥା - ସବୁଠି ନାରୀ ନିର୍ଯାତନା, ଅତ୍ୟାଚାର ଓ ଗଣଦୁଷ୍କର୍ମର କରୁଣସ୍ୱର । ଦିଲ୍ଲୀର ନିର୍ଭୟା ଘଟଣା ପରଠାରୁ ଆନେକ ନିର୍ଭୟା ଘଟଣା ଇତି ମଧ୍ୟରେ ଘଟିସାରିଲାଣି  ।  ଏକ ରିପୋର୍ଟରେ ଜଣାଯାଇଛି ଦେଶରେ ଦୈନିକ ୮୭ଜଣ ମହିଳା ବଳାକôାରର ଶିକାର ହେଉଛନ୍ତି ।  ସେ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ ଭାରତ ବର୍ଷ କଥା ଚିନ୍ତା କରୁଥିଲେ  । ଖାଲି ସେତିକି ନୁହେଁ ଜନକଲ୍ୟାଣ ଶାସନ ପଦ୍ଧତି ଦ୍ୱାରା ସାଧାରଣ ଲୋକଙ୍କୁ ବଞ୍ଚିବାର ମୌଳିକ ଆବଶ୍ୟକତା ଯୋଗାଇ ଦେବାର ସେ ସ୍ୱପ୍ନ ମଧ୍ୟ ଆଜି ସୁଦୂର ପରାହତ । ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟ ଅନୁସାରେ ବିଶ୍ୱର ୮୦ଟି ବିକାଶମୁଖୀ ଦେଶମାନଙ୍କ ମଧ୍ୟରୁ ଆମ ଦେଶର ସ୍ଥାନ ହେଉଛି ୬୭ ତମ ।   ଏପରିକି ସମଗ୍ର ବିଶ୍ୱରେ ଭାରତରେ ଭୋକିଲା 
ଏଇଠି ମନେପଡେ ବାପୁଜୀଙ୍କ କଥା । ଭାରତରେ ରାମରାଜ୍ୟ ଗଢିବାର ଯେଉଁ ସ୍ୱପ୍ନ ସେ ଦେଖିଥିଲେ ତାହା ଅଧୁରା । ନିରକ୍ଷରତା , ଦାରିଦ୍ର୍ୟ, ବେକାରୀ, ଦୁର୍ନୀତି, ଭ୍ରଷ୍ଟାଚାର, ନାରୀ ନିର୍ଯାତନା, ରାଜନୀତିରେ ଅପରାଧୀକରଣ, ନିର୍ବାଚନରେ ଅର୍ଥ ଓ ବାହୁ ବଳର ପ୍ରଭାବ କଥା କହିଲେ ନସରେ  । ଏସବୁ ଦେଖି ସେ ବହୁତ ବ୍ୟସ୍ତ ହେଉଥିବେ । ତାଙ୍କୁ ମନେପକାଇବା ତାଙ୍କ ଗୁଣ ଗାନ କରିବା ବଡକଥା ନୁହେଁ  । ବଡକଥା ହେଉଛି  ତାଙ୍କ ତ୍ୟାଗ, ବଳିଦାନ ଓ ଜୀବନାଦର୍ଶରୁ ପ୍ରେରଣା ନେବା  । ସେଥିପାଇଁ କୁହାଯାଏ- ‘ତୁମେ ତ ଜାଣିଲ ନାହିଁ ଚରଣ ପରଶି କିଏ, ମଥାନୋଇଁ ଦେଲା ଅଶ୍ରୁ ଢାଳି / କେ କରିଲା ସଂକୀର୍ତ୍ତନ ତୁମ ନାମେ ଦେଇ କରତାଳି’ । ଏଥିରୁ ଆମକୁ ସବୁ କଥା ବୁଝିବାକୁ ହେବ ।                            
ମୋ-୯୯୩୭୧୫୧୦୫୨