ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ
ବାରଙ୍ଗ : ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅଞ୍ଚଳରେ ଦୃର୍ବୁତ୍ତ ମାନେ କବାଟ ଭାଙ୍ଗି ଲୁଟିଲେ ଟଙ୍କା, ସୁନା, ଅଳଙ୍କାର ସହ ଆସବାବପତ୍ର । ସୂଚନା ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତିରେ ପୂର୍ବତନ ଲୋକ ପ୍ରତିନିଧି ସୂର୍ଯ୍ୟକାନ୍ତ ସାମନ୍ତରାୟଙ୍କ ପରିବାର ଲୋକେ ଶୋଇଥିବା ବେଳେ ଦୃର୍ବୁତ୍ତ ମାନେ ଘର ଝରକା କବାଟ ଭାଙ୍ଗି ଘରେ ପଶି ୪ଭରି ଓଜନର ସୁନା,ଗହଣା ୮୦ହାଜର ଟଙ୍କା ଦାମୀ ଶାଢ଼ୀ ସହ ଆସବାବ ପତ୍ର ଲୁଟିନେଇଥିଲେ । ପରିବାର ଲୋକେ ସକାଳେ ଦେଖିବା ପରେ ଘରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏ ସଂକ୍ରାନ୍ତରେ ଥାନାରେ ପରିବାର ପକ୍ଷରୁଏତଲା ଦିଆଯାଇଛି । ଚନ୍ଦକା ଥାନା ଅଧିକାରି ସମିତାମଶ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ଆଗକୁ ଆସୁଛି ଦୁର୍ଗା ପୂଜା କମିଶନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ପେଟ୍ରୋଲିଂ କରାଯାଉଛି, କିନ୍ତୁ ଦୃର୍ବୁତ୍ତ ମାନେ ଖୋଲା ଚାଲେଞ୍ଜ କରି ଲୁଟ୍ କରୁଛନ୍ତି । ତେବେ ଚନ୍ଦକା ଥାନା ଅଞ୍ଚଳରେ ପୁଲିସ ପେଟ୍ର ।ଲିଂ କଡ଼ାକଡ଼ି କରିବାକୁ ଦାବି ହେଉଛି ।