ଚକ୍ଷୁ ଚିକିତ୍ସା ଶିବିର 

 ସାଲେପୁର : ସାଲେପୁର ବ୍ଲକ୍ ଅର୍ନ୍ତଗତ ଗୋପୀନାଥପୁର ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପରିସରରେ ରୋଟାରୀ କ୍ଲବ୍ ଅଫ୍ କଟକ ଓ ଜେପିଏମ୍ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ସିଡିଏ ଆନୁକୂଲ୍ୟରେ ବିଜୟାନନ୍ଦ ଯୁବ ପରିଷଦ ଓ ରୋଟ୍ରାକ୍ଟ କ୍ଲବ୍ ଅଫ୍ ବିରୂପା ଗୋପୀନାଥପୁରର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ରୋଟାରୀ କ୍ଲବ୍ର ସଂପାଦକ ରୋ. ତସ୍ନିମ୍ ଦୋଡ଼ିଆ, ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ସଂପାଦକ ରୋ. ଶୂନେଶ୍ୱର ସ୍ୱାଇଁ, ରୋ. ଅଜବ ପଟେଲ୍, ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାଦେବ ମନ୍ଦିରର ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ବିରଞ୍ଚô ନାରାୟଣ ଦାଶ, କବି ପରମାନନ୍ଦ ସ୍ୱାଇଁ, ଶିକ୍ଷୟିତ୍ରୀ ଜ୍ୟୋର୍ତିମୟୀ ମିଶ୍ର ଓ ରାମଚନ୍ଦ୍ର ପାଣି ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଶିବିରରେ ୧୨୭ଜଣଙ୍କର ଚକ୍ଷୁ ପରୀକ୍ଷା କରାଯିବା ସହ ୨୧ ଜଣଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଥିଲା । ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଶଶୀକାନ୍ତ ଦାଶ, ପରେଶ କୁମାର ସାହୁ, ଆଏସା ଦାସ ପ୍ରମୁଖ ରୋଗୀମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ । ବିଜୟାନନ୍ଦ ଯୁବ ପରିଷଦର ସଂପାଦକ ବିଶ୍ୱରଞ୍ଜନ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଶିବିରକୁ ରୋଟ୍ରାକ୍ଟ୍ କ୍ଲବ୍ ଅଫ୍ ବିରୂପାର ସମ୍ପାଦକ ସୁନୀତା ସାମଲ, ଧନେଶ୍ୱର ସାହୁ, ଚନ୍ଦ୍ରଶେଖର ମହାନ୍ତି, ଶୁଭମ ଶେଖର ପରିଡ଼ା, ରାଜକିଶୋର ସାହୁ, ମଦନ ଘଡ଼େଇ, ମନୋଜ ସାମଲ ଓ ନରେନ୍ଦ୍ର ଦଳେଇ ପ୍ରମୁଖ ପରିଚାଳନା କରିଥିଲେ ।