ଚିପ୍ସ ପ୍ୟାକେଟରୁ ବାହାରିଥିବା ପ୍ଲାଷ୍ଟିକ ଖେଳନା ଖାଇ ୪ ବର୍ଷର ଶିଶୁ ମୃତ
କନ୍ଧମାଳ : କନ୍ଧମାଳରେ ଚିପ୍ସ ପ୍ୟାକେଟରେ ଥିବା ଖେଳନା ଖାଇ ଜଣେ ଶୁଶୁର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ମୁସୁମାହାପଡ଼ାରେ । ମୃତକ ହେଲେ ମୁସୁମାହାପଡ଼ା ଗ୍ରାମର ୪ ବର୍ଷର ଶୁଶୁ ବିଗିଲ ପ୍ରଧାନ । ଚିପ୍ସ ପ୍ୟାକେଟରେ ବାହାରିଥିବା ପ୍ଳାଷ୍ଟିକ ଖେଳନାକୁ ସେ ଅସାବଧାନତ ଖାଇଦେବା କାରଣରୁ ତାର ଅକାଳ ବିୟୋଗ ଘଟିଛି ।
ସୂଚନା ମୁତାବକ, ସବୁଦିନ ଭଳି ସେ ବିଗିଲଙ୍କ ବାପା ଏକ ଚିପ୍ସ ପ୍ୟାକେଟ ପୁଅ ପାଇଁ ନେଇ ରଖିଥିଲେ। ବିଗିଲ ଉକ୍ତ ଚିପ୍ସ ପ୍ୟାକେଟରେ ଥିବା ଏକ ବନ୍ଧୁକ ଖେଳନାକୁ ଖେଳୁଥିବାବେଳେ ଅସାବଧାନତାରେ ଗିଳିଦେଇଥିଲେ ଓ ତାହା ତାଙ୍କ ତଣ୍ଟିରେ ଅଟକିଯାଇଥିଲା ଏବଂ ସେ ନିଶ୍ୱାସ ପ୍ରଶ୍ୱାସ ନେବା ମୁସ୍କିଲ ହୋଇପଡ଼ିଥିଲା। ତାଙ୍କ ବାପା ଓ ମା’ ଅଟକିଯାଇଥିବା ଖେଳନାକୁ ବାହାର କରିବାକୁ ଉଦ୍ୟମ କରି ଶେଷରେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।