ଛାତ୍ରଛାତ୍ରୀଙ୍କୁ ଶିକ୍ଷାଲାଭ ପାଇଁ ପ୍ରୋତ୍ସାହିତ କରୁଛି ଟିଏସ୍ଏଫ୍ : ୧୦୩ ମେଧାବୀଙ୍କୁ ଜ୍ୟୋତି ଫେଲୋସିପ୍ ପ୍ରଦାନ

 ଢେଙ୍କାନାଳ  : ଢେଙ୍କାନାଳ ଜିଲ୍ଲା ଟାଟା ଷ୍ଟିଲ ମେରାମଣ୍ଡଳୀ ପ୍ଲାଣ୍ଟର ପାର୍ଶ୍ୱବର୍ତ୍ତୀ ଗ୍ରାମାଂଚଳରେ ଆର୍ଥôକସ୍ତରରେ ଅନଗ୍ରସର ଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହନ ଦେବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ୍) ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିଛି । ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ଟିଏସଏଫ୍ ଦ୍ୱାରା କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ମାଧ୍ୟମରେ ଜ୍ୟୋତି ଫେଲୋସିିପ୍ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି । ୨୦୨୪ରେ ଟାଟା ଷ୍ଟିଲ ଫାଉଣ୍ଡେସନ ମେରାମଣ୍ଡଳୀ ପକ୍ଷରୁ ୧୭ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଫେଲୋସିପ୍ ପ୍ରଦାନ କରାଯାଇଥିଲା । ୨୦୨୫ ମସିହାରେ ଜ୍ୟୋତି ଫେଲୋସିପ୍ର ମେରିଟ ଟେଷ୍ଟରେ ଅଂଶଗ୍ରହଣ କରିଥିବା ୧୭୬ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଥିବା ୮୬ ଜଣ ଛାତ୍ରଛାତ୍ରୀଙ୍କୁ ଏହି ଫେଲୋସିପ୍ ପ୍ରଦାନ କରାଯାଇଛି । ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ ୧୦୩ ଜଣ ଛାତ୍ରଛାତ୍ରୀଙ୍କୁ ଫେଲୋସିପ୍ ପ୍ରଦାନ କରାଯାଇଛି । ଫେଲୋସିପ୍ ଅଧୀନରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମୁଦାୟ ୬ ଲକ୍ଷ ୬୯ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ସେହିପରି କୁସୁପଙ୍ଗା ସରକାରୀ ହାଇସ୍କୁଲରେ ପଢୁଥିବା ଅଷ୍ଟମ ଶ୍ରେଣୀ ଛାତ୍ର କୃଷ୍ଣ କିଷାନ ଜ୍ୟୋତି ଫେଲୋସିପରେ ସାମିଲ ହୋଇ ବେଶ ଉତ୍ସାହିତ ଅଛନ୍ତି । ଜ୍ୟୋତି ଫେଲୋସିପରୁ ମିଳିଥିବା ସହାୟତା ରାଶି ତାଙ୍କୁ ବହି ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିବାରେ ସାହାଯ୍ୟ କରିବ । ଏହି ସଫଳତା ତାଙ୍କୁ ଆଗାମୀ ବର୍ଷଗୁଡ଼ିକରେ ଅନୁଷ୍ଠିତ ହେବାକୁ ଥିବା ଫେଲୋସିପ୍ ମେରିଟ୍ ଟେଷ୍ଟରେ ଅଂଶଗ୍ରହଣ କରିବା ପାଇଁ ପ୍ରେରିତ କରିଛି । ସେ ମେରିଟ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇ ନିଜ ପାଠପଢ଼ାକୁ ଜାରି ରଖିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।  ୧୯୭୦ ଦଶକର ମଧ୍ୟଭାଗରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।