ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ କଂଗ୍ରେସର ବିକ୍ଷୋଭ
ଯାଜପୁର ଟାଉନ : ବାଲେଶ୍ୱର ଜିଲା ଫୀକର ମୋହନ ବିଶ୍ୱ ବିଦ୍ୟାଳୟର ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଏନସିକଲେଜ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଭାପତି ଅନୁପମ ମଲ୍ଲିକ ଓ ଯୁବ କଂଗ୍ରେସର କୁମାର ଆଶୁତୋଷଙ୍କ ପ୍ରତିନିଧିତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ ଏବଂ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମଧ୍ୟ ଅପାରଗ ବୋଲି କହିବା ସହ ଏହି ଘଟଣାରେ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଛାତ୍ର କଂଗ୍ରେସ ଦାବି କରିବା ସହ ଶିକ୍ଷାମନ୍ତ୍ରୀ ତୁରନ୍ତ ଇସ୍ତଫା ଦାବି ସହ କୁଶପତଳିକା ଦାହ କରାଯାଇଥିଲା । ବିକ୍ଷୋଭରେ ଛାତ୍ର ଓ ଯୁବ କଂଗ୍ରେସର ସତ୍ୟବ୍ରତ ନାୟକ, ରବି ପ୍ରକାଶ ନାୟକ, ସମୀର ବାରିକ, ଆଶିଷ କୁମାର ମଲ୍ଲିକ, ସୁଜିତ ମଲ୍ଲିକ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
