ଜନ୍ମାଷ୍ଟମୀ ଓ ନନେ୍ଦାତ୍ସବ ପାଳିତ
ଖଣ୍ଡପଡା : ଖଣ୍ଡପଡ଼ା ବ୍ଲକ ଅଞ୍ଚଳର ସମସ୍ତ ମଠ ଓ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଓ ନନେ୍ଦାତ୍ସବ ପାଳିତ ହୋଇଛି । ଖଣ୍ଡପଡ଼ା ସହରର କାଦୁଆସାହିସ୍ଥିତ ଗୁରୁଦେବଙ୍କ ପୀଠ, ଶ୍ରୀରଘୁନାଥଜୀଉ, ଶ୍ରୀ ଜଗନ୍ନାଥ, ଶ୍ରୀ ଗୋପୀନାଥଜୀଉଙ୍କ ମନ୍ଦିର ଓ ପ୍ରଭୁ ମହିମାମେରୁଙ୍କ ମଠରେ ଜନ୍ମାଷ୍ଟମୀ ଓ ନନେ୍ଦାତ୍ସବ ପାଳିତ ହୋଇଛି । ବିଭିନ୍ନ ମଠ ଓ ମନ୍ଦିରରେ ବିଗ୍ରହମାନଙ୍କ ଦର୍ଶନ ଓ ଭୋଗ ଲାଗି ନିମନ୍ତେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଖଣ୍ଡପଡ଼ା ସହରର ଗଉଡସାହିରେ ଗୋପାଳ ସମାଜ ପକ୍ଷରୁ ଏ ଅବସରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାପାଠ ସହ ଲଉଡି ଖେଳ ଅନୁଷ୍ଠିତ ହୋଇଛି । ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହି ସ୍ଥିତ ଇସ୍କନ ମଠ ଶ୍ରୀ ଗୋପାଳଜୀଉ ମନ୍ଦିର, ମରର୍ଦ୍ଦରାଜପୁର ମୁଣ୍ଡିଆ ହନୁମାନଙ୍କ ପୀଠ ଓ ସିଧାମୂଳା ଗ୍ରାମସ୍ଥିତ ପ୍ରଭୁ ଶ୍ରୀଗୋକୁଳାନନ୍ଦଜୀଉଙ୍କ ପୀଠରେ ଜନ୍ମାଷ୍ଟମୀ ପର୍ବ ଓ ନନେ୍ଦାତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ।