ଜାହିରା ପୀଠର ବିକାଶ ଦାବି
କପ୍ତିପଦା: କପ୍ତିପଦା ବ୍ଲକ ଅନ୍ତର୍ଗତ ଦେବାନବାହାଳୀ ପଞ୍ଚାୟତର ବିଶୁନ ଗାଁ କନ୍ଦାସାହିଠାରେ ଥିବା ଜାହିରା ପୀଠ ବିକାଶ ପାଇଁ ଗ୍ରାମବାସୀମାନେ କରିଛନ୍ତି । ପ୍ରକାଶ ଯେ, ଉକ୍ତ ଜାହିରା ପୀଠରେ ମା’ ଗୁଣ୍ଟିଆପାଟ ଦେଶାଉଲି ପୂଜା ପାଆନ୍ତି । ହୋ ସଂପ୍ରଦାୟର ଆଦିବାସୀମାନେ ଏହି ପୂଜାସ୍ଥଳୀ(ଜାହେରା)ରେ ମାଗେ ପରବ, ବା’ ପରବ, ଜମନାମା ପରବ, ହେରଓ ପରବ ଇତ୍ୟାଦି ପାଳନ କରିଥାଆନ୍ତି । ଏହି ପୂଜାସ୍ଥଳୀରେ ପ୍ରାୟ ଦୀର୍ଘ ଏକଶତ ବର୍ଷ ହେବ ହୋ ସଂପ୍ରଦାୟ ପୂଜା କରିଆସୁଛନ୍ତି । ମାତ୍ର ଏହାର ବିକାଶ ହୋଇପାରିନାହିଁ । ମୟୂରଭଂଜ ଜିଲ୍ଲାର ବିଭିନ୍ନ ଜାହିରା ପୀଠର ବିକାଶ ସରକାରଙ୍କ ପକ୍ଷରୁ ହୋଇଥିଲେ ମଧ୍ୟ ଉକ୍ତ ଜାହିରା ପୀଠ ପ୍ରତି ପ୍ରଶାସନ କିମ୍ବା କୌଣସି ଜନପ୍ରତିନିଧିମାନଙ୍କର ଦୃଷ୍ଟି ପଡୁନାହିଁ । ଯାହାକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଉଛି । ତେଣୁ ଏହି ଶତାୟୁ ଜାହିରା ପୀଠର ବିକାଶ ପାଇଁ କରଞ୍ଜିଆ ବିଧାୟକ ଓ ଲୋକସଭା ସାଂସଦ ଦୃଷ୍ଟି ଦେବାକୁ ଉକ୍ତ ଜାହିରା ପୀଠର ପୂଜକ ସୁରେନ୍ଦ୍ର ସିଂ ଗିଲୁଆ, ୱାର୍ଡମେମ୍ବର ବାମିଆ ଗିଲୁଆ, ଯୁବନେତା କୁସୁନୁ ସିଂ ଗିଲୁଆ, ବୀର ମେଲଗାନ୍ଧୀ, ମାନସିଂହ ପୂର୍ତ୍ତି, ମଟକା ବାନ୍ଦିଆ, କୁନି ଗିଲୁଆ, ମାନି ଗିଲୁଆ, ଲୋକନ ପୂର୍ତ୍ତି ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି ।