ଜିଲ୍ଲାପାଳଙ୍କ ଜନଶୁଣାଣି ସମୟରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ
ବାଙ୍କୀ : ବାଙ୍କୀରେ ଜନ ଅଭିଯୋଗ ଶୁଣାଣି ବେଳେ ଅଭାବନୀୟ ଘଟଣା । ଆଜି ବାଙ୍କୀ ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି ଚାଲିଥିବା ସମୟରେ ଜଣେ ମହିଳା ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ମହିଳା ଜଣଙ୍କ ହେଲେ ବୈଦେଶ୍ୱର ଗାଁର ସସ୍ମିତା ମାଝୀ । ସେ ଦୀର୍ଘ ଦିନ ଧରି ନିଜ ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାର ଭତ୍ତା ପ୍ରାପ୍ୟ ୨୦ ହଜାର ଟଙ୍କା ପାଇବା ଲାଗି ବାରମ୍ବାର ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସସ୍ମିତା ସେଠୀଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ । ମାତ୍ର ଲିଗାଲ ହେୟାର ସାର୍ଟିଫିକେଟରେ ତ୍ରୁଟି ରହିଥିବା ଦର୍ଶାଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ତାଙ୍କୁ ଫେରାଇ ଦେଉଥିଲେ । ତେଣୁ ସେ ଆଜି ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଚାଲିଥିବା ସମୟରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କରିଥିଲେ । ମାତ୍ର ସେଠାରେ ଉପସ୍ଥିତ ଥିବା ପୁଲିସ ତାଙ୍କଠାରୁ ପେଟ୍ରୋଲ ବୋତଲ ଛଡାଇ ନେବା ସହ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ ।