ଜିଲ୍ଲାପାଳଙ୍କ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା

 କେନ୍ଦ୍ରାପଡା : କେନ୍ଦ୍ରାପଡାରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ରଘୁରାମ ଆର ଆୟାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ଅଲେଚନା କରିଛନ୍ତି । ଏହି ଆଲୋଚନା ସମୟରେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲିକ, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ଜନ ସାଧାରଣଙ୍କର ତୁରନ୍ତ ଅସୁବିଧା ସଂପର୍କରେ ବୁଝିବା, ସେମାନେ ଅଭିଯୋଗ କରୁଥିବା କାର୍ଯ୍ୟ ଗୁଡିକୁ ତଦାରଖ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା, କୈାଣସି ଅଭିଯୋଗ ଗୁଡିକୁ ପକାଇ ନ ରଖିବା ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଉପସ୍ଥିତ ଥିବା ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜନ ସାଧାରଣଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସହିତ ସେମାନଙ୍କର କାର୍ଯ୍ୟ ଗୁଡିକୁ ଜରୁରୀ ଭାବେ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଓ ବରିଷ୍ଠ କିରାଣୀ ମାନେ ଉପସ୍ଥିତ ଥିଲେ ।