ଜିଲ୍ଲାସ୍ତରୀୟ ଆଳୁ ମିଶନ ସମନ୍ୱୟ କମିଟି ବୈଠକ 

 କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଆଳୁ ମିଶନ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସ୍ମୃତି ରନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଉଦ୍ୟାନ କୃଷି ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଉଦ୍ୟାନ କୃଷି ବିଭାଗର ସହକାରୀ ନିଦେ୍ର୍ଦଶକ ଦେବଦାସ ଦତ, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ଼ ଅରବିନ୍ଦ ଦାସ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ କୁମାର ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ଜିଲ୍ଲାରେ ୧୫୦ ହେକ୍ଟର ଆଳୁ ଚାଷ ପାଇଁ ଯୋଜନା ରହିଛି । ୩ଗୋଟି ଭେରାଇଟ୍ ଯଥା- କୁ-ଜ୍ୟୋତି, କୁ-ମୋହନ ଓ କୁ-ପୋଖରାକ ଆଳୁ ବିହନ କେଜି ପ୍ରତି ୨୦ ଟଙ୍କା ହିସାବରେ ଚାଷୀ ମାନଙ୍କୁ ଯୋଗାଇ ଦିଆଯିବ । ଚାଷୀମାନେ ବିହନ ଲଗାଇବାରେ ୧୦ ଟଙ୍କା ହିସାବରେ ରିହାତି ଦିଆଯିବ । ଚାଷୀମାନେ ସର୍ବନିମ୍ନ ୨୫ ଡିସିମିଲ ଜମିରେ ୧୩୦ କେଜି ଆଳୁ ବିହନ ଓ ସର୍ବାଧିକ ୫୦ ଡିସିମିଲ ଜମିରେ ୨୬୦ କେଜି ଆଳୁ ବିହନ ନେଇ ସରକାରୀ ସହାୟତା (ସବସିଡି) ପାଇପାରିବେ । ଉକ୍ତ ବୈଠକରେ ଆଲୁ ଚାଷ ପାଇଁ ଚାଷୀ ମାନଙ୍କର ସମସ୍ୟା ସଂପର୍କରେ ଆଲୋଚନା କରା ଯାଇଥିଲା । ପଟ୍ଟାମୁଣ୍ଡାଇ ବ୍ଲକ ଓ ମହାକାଳପଡା ବ୍ଲକର ଉଦ୍ୟାନ କୃଷି ଅଧିକାରୀ ସୈାମ୍ୟ ରନ ସେଠୀ ଏବଂ ସୈାରଭ ମହାପାତ୍ର ଯୋଗ ଦେଇ ଆଳୁ ଚାଷୀ ମାନଙ୍କର ଚାଷ ସମୟରେ କୈାଣସି ଅସୁବିଧା ନହୁଏ ଏଥିପ୍ରତି ଧ୍ୟାନ ଦେବାକୁ ଆଲୋଚନା କରିଥିଲେ ।