ଜିଲ୍ଲା କେମିଷ୍ଟ୍ ଓ ଡ୍ରଗିଷ୍ଟ୍ ସଂଘ ବୈଠକ
କୁଆଖିଆ: ଜିଲ୍ଲା ଡ୍ରଗିଷ୍ଟ୍ ଓ କେମେଷ୍ଟ୍ରି ଆସୋସିଏସନ ଯାଜପୁରର ବାର୍ଷିକ ସାଧାରଣ ବୈଠକ କୁଆଖିଆ ସ୍ଥିତ ଅଭିମନୁ୍ୟ ସାମନ୍ତ ସିଂହାର ଭବନରେ ସଭାପତି ଅଜୟ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ଉକôଳ କେମିଷ୍ଟ୍ ଓ ଡ୍ରଗିଷ୍ଟ ଆସୋସିଏସନ ସଭାପତି ପି.ସତ୍ୟ ନାରାୟଣ ରେଡ୍ଡୀ, ସାଧାରଣ ସଂପାଦକ ପ୍ରଶାନ୍ତ ମହାପାତ୍ର ସାଂଗଠନିକ ସମ୍ପାଦକ ଦୀପକ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟରେ ଔଷଧ ବ୍ୟବସାୟ ଓ ବ୍ୟବସାୟୀ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ଓ ଏହାର ସମ୍ଭାବ୍ୟ ସମାଧାନ ସମ୍ପର୍କରେ ଆଲୋଚନା ହେବା ସହିତ ବର୍ତମାନ ଅନ୍ଲାଇନରେ କମ୍ପାନୀ ମାନେ କିପରି ଔଷଧ ବ୍ୟବସାୟୀ ମାନେ ଗ୍ରାହକଙ୍କୁ ଠକୁଛନ୍ତି ତାର ନିରାକରଣ ନେଇ ଅତିଥି ମାନେ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲାର ଔଷଧ ବ୍ୟବସାୟୀ ବିଷ୍ଣୁ ମୋହନ ଶତପଥୀ, ସପନ କୁମାର କର, ଗୋପାଳ ଚନ୍ଦ୍ର ପୃଷ୍ଟି, ରମେଶ କୁମାର ପୃଷ୍ଟି ଓ ଚିତରଞ୍ଜନ ଶତପଥୀଙ୍କୁ ସଙ୍ଗଠନ ପକ୍ଷରୁ ଉପଢୌକନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି ଅଜୟ ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଯାଜପୁର ଜିଲା ଡ୍ରଗ୍ସ ଓ କେମେଷ୍ଟ୍ରି ଆସୋସିଏସନ୍ ସମ୍ପାଦକ ରାଜେଶ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କେନ୍ଦୁଝର ଜିଲ୍ଲା ସଂଘ ସଭାପତି ଦିପ୍ତୀକାନ୍ତ ମହାପାତ୍ର, ଜଗତସିଂହପୁର ଜିଲ୍ଲା ସଭାପତି ଶ୍ରୀକାନ୍ତ ସାହୁ, ଭଦ୍ରକ ଜିଲ୍ଲା ସଭାପତି ବାଉରୀ ଚରଣ ବାରିକ, କଟକ ଜିଲ୍ଲା ସାଧାରଣ ସମ୍ପାଦକ ମନୋରଞ୍ଜନ ବଳ ଓ ଭାଗବତ ପ୍ରସାଦ ସାହୁ, ଖୋର୍ଦ୍ଦା ଜିଲ୍ଲା ସଭାପତି ପ୍ରଶାନ୍ତ ଜେନା, ଅରୁଣ ଦାସ ପ୍ରମୁଖ ସଙ୍ଗଠନକ ସୁଦୃଢ କରିବା ପାଇଁ ନିଜ ନିଜର ବକ୍ତବ୍ୟ ରଖିଥିବା ବେଳେ, ଖୁବ୍ ଶୀଘ୍ର ଯାଜପୁର ରୋଡ୍ରେ ହେବାକୁ ଥିବା ଜିଲ୍ଲା କାର୍ଯ୍ୟାଳୟର ସ୍ଥାୟୀ ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ ହେବ ବୋଲି ଘୋଷଣା କରାଯାଇଥିଲା । ଏହି ଅବସରରେ ସଙ୍ଘର ନୂତନ କାର୍ଯ୍ୟକର୍ତା ନିର୍ବାଚନ ହୋଇଥିଲା ଏଥିରେ ଯାଜପୁର ଜିଲ୍ଲା ଡ୍ରଗ୍ସ ଓ କେମେଷ୍ଟ୍ରି ଆସୋସିଏସନର ନୂତନ କାର୍ଯ୍ୟକାରୀ ସଭାପତି ସୁଦର୍ଶନ ଜେନା, ଉପସଭାପତି କିଶୋର ଚନ୍ଦ୍ର ସାହୁ, ଜ୍ୟୋତିପ୍ରକାଶ ସାହୁ ଓ ସୁଶାନ୍ତ କୁମାର ମହାପାତ୍ର, ଯୁଗ୍ମ ସମ୍ପାଦକ ତ୍ରିଲୋଚନ ବେହୁରା, ପ୍ରଫୁଲ୍ଲ କୁମାର ରାଉତ ଓ ଅମ୍ବିକା ପ୍ରସାଦ ପଣ୍ଡା, ସାଂଗଠନିକ ସଂପାଦକ କମଳାକାନ୍ତ ନାୟକ ଓ ଆଇନ ପରାମର୍ଶଦାତା ଭାବରେ ନିର୍ବାଚିତ ଦେବେନ୍ଦ୍ର ବେହେରାଙ୍କୁ ସ୍ୱାଗତ କରାଯାଇଥିଲା ।