ଟିପିଏନଓଡିଏଲ ପକ୍ଷରୁ ଅଗ୍ନି ନିର୍ବାପକ କେନ୍ଦ୍ର ଉଦ୍ଘାଟିତ


ାା ପ୍ରଭାନୁ୍ୟଜ ।ା ବାଲେଶ୍ୱର : ସଶକ୍ତ ହୋଇଛି ଟିପିଏନଓଡିଏଲର ସୁରକ୍ଷା ପଦ୍ଧତି । ବାଲିଆ ସ୍ଥିତ ବାଲେଶ୍ୱର ମଣ୍ଡଳ କାର୍ଯ୍ୟାଳୟ ଏବଂ ସ୍ଥାନୀୟ ଅନ୍ୟ କାର୍ଯ୍ୟାଳୟ ଗୁଡ଼ିକର ଅଗ୍ନି ନିର୍ବାପକ ବ୍ୟବସ୍ଥା ସୁଦୃଢ ଉଦେ୍ଦଶ୍ୟରେ ନବନିର୍ମିତ ଅଗ୍ନିଚିହ୍ନଟ, ଆଲାର୍ମ ଏବଂ ସୁରକ୍ଷା ଷ୍ଟେସନ ଉଦ୍ଘାଟନ କରାଯାଇଛି । ଏଣିକି ସମ୍ପୃକ୍ତ କାର୍ଯ୍ୟାଳୟ ଗୁଡ଼ିକର କୌଣସି ସ୍ଥାନରେ ନିଆଁ ଲାଗିଲେ ଏହାର ତୁରନ୍ତ ପ୍ରତିକାର କରାଯାଇ ପାରିବ । ସମ୍ପୂର୍ଣ୍ଣ ଅତ୍ୟାଧୁନିକ ପଦ୍ଧତିରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ପରିଚାଳିତ ହେବାକୁ ଥିବାବେଳେ ଏଥି ଲାଗି ସମସ୍ତ ଆନୁସଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଠାରେ ୨.୪ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କିର ନିର୍ମାଣ କରାଯାଇଥିବା ବେଳେ ସମ୍ପୃକ୍ତ ଟାଙ୍କିରୁ ସ୍ଥାନୀୟ କାର୍ଯ୍ୟାଳୟ ଗୁଡ଼ିକୁ ମୋଟର ଏବଂ ପାଇପ ସଂଯୋଗ କରାଯାଇଛି । କୌଣସି ପରିସ୍ଥିତିରେ ଅଗ୍ନିଜନିତ ଦୁର୍ଘଟଣା ଘଟିଲେ ପ୍ରଥମେ ‘ଫାୟାର ଆଲାର୍ମ’ ସତର୍କ କରାଇବ । ଏହାପରେ ନବନିର୍ମିତ ଅଗ୍ନିସୁରକ୍ଷା କେନ୍ଦ୍ରରୁ ପାଣିକୁ ନିଆଁ ଲିଭାଇବା ପାଇଁ ଛଡାଯିବ । ଫଳରେ ଧନଜୀବନ ହାନିକୁ ସହଜରେ ରୋକାଯାଇ ପାରିବ । ଏଥି ପାଇଁ ଜଣେ ତାଲିମପ୍ରାପ୍ତ ଅଗ୍ନି ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ସେଠାରେ ନିଯୁକ୍ତ କରାଯାଇଥିବା ଟିପିଏନଓଡିଏଲର ମୁଖ୍ୟକାର୍ଯ୍ୟ ନିର୍ବାହୀ ଅଧିକାରୀ ଦ୍ୱିଜଦାସ ବସକ ଉଦ୍ଘାଟନ ଅବସରରେ ମତ ରଖିଥିଲେ । ଏହି ଅବସରରେ ପରିଚାଳନା ମୁଖ୍ୟ ନୀଲେଶ ପୋଟଫଡେ, ପ୍ରକଳ୍ପ ମୁଖ୍ୟ ପ୍ରଦୀପ କୁମାର ମହାନ୍ତି, ଭିଜିଲାନ୍ସ ମୁଖ୍ୟ ହରିଶ ଶର୍ମା, ବାଲେଶ୍ୱର ଏସଇ ସିଦ୍ଧାର୍ଥ ରାୟ, ସୁରକ୍ଷା ବିଭାଗ ମୁଖ୍ୟ ତପନ କୁମାର ପାତ୍ର, ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।