ଟିପ୍ପର ଧକ୍କାରେ ଜଣେ ଗୁରୁତର
କୋଷାଗୁମୁଡା : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍ କୋଡିଙ୍ଗା ସଦର ପଞ୍ଚାୟତ ଠାରେ ଏକ ଓଭରଲୋଡ ଥିବା ବାଲି ବୋଝେଇ ଟିପ୍ପର ଧକ୍କାରେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ଜଣକ ହେଲେ କୋଡ଼ିଙ୍ଗା ଗ୍ରାମର ଲଳିତ ବିନ୍ଧାଣି(୬୫) । ଏ ନେଇ କୋଡିଙ୍ଗା ଥାନାରେ ୮୨/୨୫ରେ ଏକ ମାମଲା ରୁଜୁ କରାଯାଇ ଓଭର୍ଲୋଡ ଥିବା ବାଲି ବୋଝେଇ ଟିପ୍ପର ଜବତ କରି ତଦନ୍ତ ଚଳାଇଥିବା କୋଡିଙ୍ଗା ଥାନା ଅଧିକାରୀ ଯୁଗଳ ଶବର ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଲଳିତ ସୋମବାର ହାଟକୁ ଯାଇ ଘରକୁ ଫେରୁଥିଲେ । ଅପରାହ୍ନ ପ୍ରାୟ ୧୨ଘଣ୍ଟା ସମୟରେ ନବରଙ୍ଗପୁର ଅଭିମୁଖେ ଯାଉଥିବା ଟିପ୍ପର ଔଐ୦୫ଉକ୫୧୧୫ କୋଡିଙ୍ଗା ମୁଖ୍ୟରାସ୍ତାରେ ଲଳିତକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଲଳିତର ଗୋଡ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ମୁଣ୍ଡ ଓ ହାତରେ ଗୁରୁତର ଆଘାତ ଲାଗିଥିଲା । ସଙ୍ଗେ ସଙ୍ଗେ ଲଳିତକୁ ୧୦୮ଯୋଗେ ପ୍ରଥମେ କୋଡ଼ିଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ସଦର ମହକୁମାକୁ ଚିକତ୍ସା ପାଇଁ ପଠେଇ ଦିଆଯାଇଥିବା ସୂଚନା ମିଳିଛି ।