ଟ୍ରକ୍କୁ ପିଟିଲା ଟ୍ରକ୍; ଚାଳକ ଗୁରୁତର
ପାଣିକୋଇଲି: ଏହି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ସଂଯୋଗୀକରଣ ରାସ୍ତାରେଟ୍ରକ ପଛରେ ଟ୍ରକ ଧକ୍କା ଦେବାରୁ ଚାଳକ ଗୁରୁତର ଆହତ ହୋଇଛନ୍ତି । ରାଜପଥରେ ଓଡି ୦୪ଏନ-୦୯୭୫ ନଂ ଟ୍ରକ ଯାଜପୁର ରୋଡ ପଟକୁ ଯାଉଥିବା ବେଳେ ଆଗରେ ଥିବା ଟ୍ରକ ହଠାତ୍ ବ୍ରେକ ମାରିଦେବାରୁ ପଛ ଟ୍ରକଟି ତାର ପଛରେ ଧକ୍କା ହୋଇଥିଲା । ଫଳରେ ଆଗ ଟ୍ରକଟି ଫେରାର ହୋଇଯାଇଥିବା ବେଳେ ପଉ ଟ୍ରକର ଚାଳକ ଟ୍ରକ ଭିତରେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ । ଚାଳକ ଯାଜପୁର ଜିଲ୍ଲା ଅହିୟାସ ଅଞ୍ଚଳର ମଲ୍ଲିକାପୁର ଗ୍ରାମର ରନôôାକର ସେଠୀ ଟ୍ରକ ଭିତରେ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକେ ଓ ଆମେ ଆପଣଙ୍କ ପାଇଁ ହେଲପିଂଗ ଗ୍ରୁପର ସଦସ୍ୟ ମାନେ ପହଞ୍ଚି ଚାଳକକୁ ଟ୍ରକ ଭିତରୁ ବାହାର କର ଯାଜପୁର ମୁଖ୍ୟ ଚିକିସôାଳୟକୁ ପଠାଇଥିଲେ ।