ଟ୍ରାଫିକ୍ ସମସ୍ୟା ବିପର୍ଯ୍ୟସ୍ତ: ହନ୍ତସନ୍ତ ସହରବାସୀ

 ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ରେଶମ ସହରରେ ଟ୍ରାଫିକ ବ୍ୟବବସ୍ତା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି ।ବ୍ରହ୍ମପୁର ସହର ପାଇଁ କମିଶନରେଟ ପୋଲିସ ବ୍ୟବସ୍ଥା ସାତ ଶପନ । ଭିତ୍ତି ଭୂମି ନଥାଇ ରାଜନୈତିକ ଦୃଷ୍ଟି ରଖି କମିଶନରେଟ ପୋଲିସ ବ୍ୟବସ୍ଥା କରାଯିବ ବୋଲି କେବଳ କାଗଜ କଲମରେ ସୀମିତ ରହିଗଲା । ବ୍ରହ୍ମପୁର ପୋଲିସ ବାବୁ ମାନେ ଟ୍ରାଫିକ ସଜାଡିବା ପାଇଁ ପିସିଆର ଭ୍ୟାନରେ ଦଳ ଦଳ ହୋଇ ବାହାରନ୍ତି । ବାବୁମାନଙ୍କୁ କିଛି ବଛା ବଛା ହୋଟେଲରୁ ବରାଦ ଅନୁସାରେ ମାଗଣା ଖାଦ୍ୟ ପ୍ୟାକ ହୋଇ ଆସିଯାଏ । ବାବୁ ମାନେ ଏଥର ମଉଜ ମଜଲିସ ପାଇଁ ନିକଟରେ ଥିବା ଶୂନଶାନ ରାସ୍ତାରେ ମୋବାଇଲ ଧରି ନିଜର ଡିୟୁଟି ଆରମ୍ଭ କରନ୍ତି । ଏପଟେ ଟ୍ରାଫିକ ନିୟନ୍ତ୍ରଣ ଯିଏ ଯେପରି ସୁବିଧା ଦେଖି ଯାଆସ କରିବା ଫଳରେ ଟ୍ରାଫିକ ସମସ୍ୟା ବଢ଼ିଯାଉଛି । ସହରର ମୁଖ୍ୟ ରାସ୍ତାରେ ଜରୁରୀ କାଳୀନ ସମୟରେ ଟ୍ରାଫିକ ଜାମ ହେବା ଫଳରେ ବିଭିନ୍ନ ସମସ୍ୟା ଉପୁଜିଛି । ଏପରିକି ଆମ୍ପୁଲାନ୍ସ ଯିବା ସମୟରେ ବି ଟ୍ରାଫିକ ସମସ୍ୟା ଲାଗି ରହୁଛି । ବ୍ରହ୍ମପୁର ଟ୍ରାଫିକ ଭଗବାନଙ୍କ ଭରଷାରେ ଚାଲିଛି କହିଲେ କିଛିବି ଭୁଲ ହେବନାହିଁ । ସହରର ଅଣ ଓସାରିଆ ରାସ୍ତାକୁ ପୁଣି ଉଠା ଦୋକାନୀ ଓ ଠେଲା ଦୋକାନୀ ଦ୍ୱାରା ଟ୍ରାଫିକ ସମସ୍ୟା ଦେଖାଯାଉଛି । ଏଥିରେ ପୋଲିସ ଏବଂ ବ୍ରହ୍ମପୁର ମହାନଗର ନିଗମ ହିଁ ଦାୟୀ । ସହରର ମୁଖ୍ୟତଃ କୋର୍ଟପେଟା ଛକ ଯାହାକି ଗୋଇଲୁଣ୍ଡି ରାସ୍ତା ଦେଇ ବସ୍ଷ୍ଟାଣ୍ଡ୍କୁ ଯାଇଥବା ରାସ୍ତା କଥା ନକହିବା ଭଲ କାରଣ ପ୍ରତ୍ୟେକ ଦଶ ମିନିଟରେ ଏଠାରେ ଟ୍ରାଫିକ ସମସ୍ୟା ଦେଖାଦିଏ । ଅନେକ ଅଭିଯୋଗ ପରେ ବି ପୋଲିସ ଚୁପ୍ । ଟ୍ରାଫିକ ସମସ୍ୟା ପାଇଁ ଟ୍ରାଫିକ ପୋଲିସ ନିୟୋଜିତ କରାଯାଏ କିନ୍ତୁ ବାବୁ ମାନେ ଚିକଣ ଚାକଣ ହୋଇ ନିଜ ମୋବାଇଲରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି । ଯାହାକି ଧର୍ମକୁ ଆଖିଠାର ସଦୃଶ୍ୟ ନିଜ ଦାୟିତ୍ୱ କରୁଥିବା ଦେଖିବାକୁ ମିଳେ । ଗେଟ୍ ବଜାର ଛକ ଠାରୁ ଷ୍ଟେଟ ବ୍ୟାଙ୍କ ଛକ ଟ୍ରାଫିକ ବୁଢିଆଣୀ ଜାଲ ସଦୃଶ୍ୟ, ପୁରୁଣା ବସଷ୍ଟାଣ୍ଡରୁ ଚର୍ଚ୍ଚ ରୋଡ଼ କେବଳ ନନ୍ଦନ ହୋଟେଲ ପାଇଁ ଟ୍ରାଫିକ ସମସ୍ୟା ଉପୁଜିବାକୁ ନେଇ ନାନା ସମୟରେ ବୁଦ୍ଧିଜୀବୀ ଅଭିଯୋଗ କରନ୍ତି । ଟ୍ରାଫିକ ଦାୟିତ୍ୱରେ ଥିବା ଅଫିସର କିନ୍ତୁ ବାବୁ ନୀରବ । କାରଣ ନନ୍ଦନ ହୋଟେଲ କାଳେ ଟ୍ରାଫିକ ବାବୁଙ୍କ ଗେହ୍ଲା ପୁଅ । ଉକ୍ତ ଛକରେ ଲୋକ ଦେଖାଣିଆ ଟ୍ରାଫିକ ପୋଲିସ ଦିଆଯାଇଛି କିନ୍ତୁ ବାବୁ ମାନେ ମୋବାଇଲ ଧରି ବ୍ୟସ୍ତ । କିଛି ଦିନ ହେଲା ବ୍ରହ୍ମପୁର ପୋଲିସ କୋହଳ ନୀତି ଅବଲମ୍ବନ କରିବା ଦେଖିବାକୁ ମିଳୁଛି ବୋଲି ଚର୍ଚ୍ଚା ହେଲାଣି । ନା ଅଛି ହେଲିମେଟ ଯାଞ୍ଚ ନା ହେଉଛି ଗାଡି ଯାଞ୍ଚ..? ଅପରାଧୀ ମାନେ ଏକ ନୁଆଁ ରାସ୍ତା ଅବଲମ୍ବନ କରିଥିବା ଦେଖିବାକୁ ମିଳୁଛି ଯାହାକି ପୋଲିସ କବଳରୁ ଖସିବା ପାଇଁ ସେମାନେ ଗାଡ଼ିରେ ପୋଲିସ, ପ୍ରେସ, ଏବଂ ଓକିଲ ଷ୍ଟିକର ମାରି ବୁଲୁଛନ୍ତି ଯାହାକି ପୋଲିସ ହାତ ମାରିବନାହିଁ । ଯଦି ପୋଲିସ ଉକ୍ତ ଗାଡି ଗୁଡିକୁ ଯାଞ୍ଚ ସହିତ ପ୍ରକୃତ ପରିଚୟ ଯାଞ୍ଚ କରନ୍ତା ତେବେ ଅନେକ କ୍ଷେତ୍ରରେ ସୁଧାର ହୋଇ ପାରନ୍ତା ବୋଲି ସହରର ବୁଦ୍ଧିଜୀବୀ ମତ ଦେଲେଣି । କେବେଳ ଦାୟିତ୍ୱ ଦେଇ ଦେଲେ ଟ୍ରାଫିକ ସମସ୍ୟାର ସମାଧାନ ହେବ ନାହିଁ ଉକ୍ତ ପୋଲିସ କିପରି କାର୍ଯ୍ୟ କରୁଛନ୍ତି ତାହାବି ଅଫିସର ମାନେ ନିଜେ ନିରାକ୍ଷଣ କରିବା ଜରୁରୀ ହେବା ଦରକାର । ବିନା ପାର୍କିଂରେ ଗାଡି ରଖିବା ଉପରେ କଡା ପଦକ୍ଷେପ ନେବା ଜରୁରୀ ନଚେତ ବୁଢିଆଣୀ ଜାଲ ଭିତରେ ସହର ବାସୀ ଅଣନିଶ୍ୱାସୀ ହୋଇଯିବେ । ତେଣୁ ବ୍ରହ୍ମପୁର ଆରକ୍ଷୀ ମିହୋଦୟ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।