ଡାଃ ଦେବେନ୍ଦ୍ର ପ୍ରଧାନଙ୍କୁ ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡା : ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତଃ ଡ଼ଃ ଦେବେନ୍ଦ୍ର ପ୍ରଧାନଙ୍କ ଉଦେ୍ଦଶ୍ୟରେ ଜିଲ୍ଲାସ୍ତରୀୟ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ କାକଟ ସ୍ଥିତ ସ୍ୱୟଂ ସେଲିବ୍ରେସନ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନାକର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସମଗ୍ର ଜିଲ୍ଲାରୁ ଆସିଥିବା ପ୍ରାୟ ୫୦୦ ଜଣ ବ୍ୟକ୍ତିବିଶେଷ ସ୍ୱର୍ଗତ ପ୍ରଧାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଯେତେବେଳେ ଓଡିଶାରେ ବିଜେପି ଦୁର୍ଦ୍ଦିନରେ ଗତି କରୁଥିଲା ଦଳରେ ମିଶିବା ପାଇଁ ଲୋକେ ନାକ ଟେକୁଥିଲେ, ଜଣଙ୍କ ପରେ ଜଣେ ନେତାଦଳ ଛାଡି ଅନ୍ୟ ଦଳକୁ ଚାଲିଯାଉଥିଲେ, ଦଳକୁ ଏକ ସାଇନ ବୋର୍ଡ ପାର୍ଟି କୁହାଯାଉଥିଲା ସେହି ସମୟରେ ଡ଼ଃ ପ୍ରଧାନ ସମ୍ମାନପଦ ଡାକ୍ତର ଚାକିରୀ ପରିତ୍ୟାଗ କରି ରାଷ୍ଟ୍ରର ସେବା ପାଇଁ ବିଜେପିରେ ଯୋଗ ଦେଇଥିଲେ । କେନ୍ଦ୍ରରେ ବାଜପେୟୀଙ୍କ ସରକାରରେ ସଡକ ପରିବହନ ମନ୍ତୀ ଓ କୃଷି ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇ ଅନେକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଷ୍ଟ୍ରୀୟ ପରିଷଦ ସଭ୍ୟ ବୈଦ୍ୟନାଥ ଚାଟାର୍ଜୀ, ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠି, ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ ନାୟକ,ପୂର୍ବତନ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ଦୁର୍ଯ୍ୟୋଧନ ସାହୁ,ଗୀତାଞ୍ଜଳୀ ସେଠୀ, କୃଷ୍ଣଚନ୍ଦ୍ର ପଣ୍ଡା, ବିନୟ ବୋଷ, ,ନୃସିଂହ ପତ୍ରି, ରବିନାରାୟଣ ପତି, ବିଷ୍ଣୁ ପ୍ରସାଦ ବେହେରା, ସତ୍ୟ ପ୍ରକାଶ ସାମଲ ପ୍ରମୁଖ ସ୍ମୃତିଚାରଣ କରିଥିଲେ । ପରିଶେଷରେ ଅଭିମନୁ୍ୟ ଗୋଛାୟତ ଧନ୍ୟବାଦ ଦେଇଥିଲେ ।