ଡିଜିଟାଲ ଫସଲ ସର୍ବେକ୍ଷଣ ନେଇ ପ୍ରଶିକ୍ଷଣ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା କୃଷି ବିଭାଗ ତରଫରୁ ଡିଜିଟାଲ ଫସଲ ଖରିଫ-୨୦୨୫ ସର୍ବେକ୍ଷଣ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳ ରଘୁରାମ ଆରଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର ମଲିକ, ନବକୃଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ ନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଶେ ଚନ୍ଦ୍ର ମଲିକ, ଉଦ୍ୟାନ କୃଷି ବିଭାଗ ଅଧିକାରୀ ଦେବଦାସ ଦତ, ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ଡିଏସ୍ଡବ୍ଲୁ, ଏଡିଏଓ କମଳାକାନ୍ତ ଦାସ, ହେମନ୍ତ ସାମଲ, ଆରଆଇ ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ ଡିଜିଟାଲ ଫସଲ ସର୍ବେକ୍ଷଣ କିଭଳି ସୁରୁଖୁରୁରେ ହୋଇପାରିବ ସେ ସଂପର୍କରେ ଜିଲ୍ଲାପାଳ ଉପସ୍ଥିତ ଥିବା ସମସ୍ତ ଅଧିକାରୀଙ୍କ ସମେତ ଆଲୋଚନା କରିଥିଲେ । ଏଥି ସହିତ ଜିଲ୍ଲାରେ ଥିବା ସମସ୍ତ କୃଷି ସମବାୟ ସମିତିରେ ଏଆରସିଏସ୍ ଓ ଡିଆରସିଏସ୍ଙ୍କ ସହଯୋଗରେ ଚାଷୀ ପଞ୍ଜିକରଣକୁ ଦୃତ ଗତିରେ କରିବା ପାଇଁ ଜିଲ୍ଲପାଳ ନିଦେ୍ର୍ଦଶ ଦେଇଥିଲେ ।