ତୀର୍ଥଯାତ୍ରାରୁ ଫେରିଲେ ବରିଷ୍ଠ ନାଗରିକ

 କେନ୍ଦ୍ରାପଡ଼ା : ଚଳିତ ମାସ ୧୦ ତାରିଖରେ ଭୁବନେଶ୍ୱର ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ  ଅଯୋଧ୍ୟା -ବାରଣାସୀ ଅଭିମୁଖେ ଯାଇଥିବା କେନ୍ଦ୍ରାପଡ଼ାର ୧୦୮ ଜଣ ବରିଷ୍ଠ ନାଗରିକ ଫେରିଛନ୍ତି । ଫେରିଲା ପରେ ଜିଲ୍ଲାପାଳ ରଘୁରାମ ଆର ଆୟର ନିଜେ ଉପସ୍ଥିତ ରହି କୋର୍ଟ ନିକଟସ୍ଥ ଭାସ୍କର ଟୋକିଜ ଛକରେ ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ବସ ଯୋଗେ ଫେରିଥିବା ସମସ୍ତ ଯାତ୍ରୀଙ୍କୁ ସ୍ୱାଗତ କରିଛନ୍ତି । ଜିଲ୍ଲାପାଳ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ତୀର୍ଥ ପରିଭ୍ରମଣର ଅନୁଭୂତି ପଚାରିଥିଲେ । ତୀର୍ଥଯାତ୍ରୀଙ୍କ ମୁହଁରେ ହସ ଫୁଟିବା ସହିତ ଅତ୍ୟନ୍ତ ଆନନ୍ଦିତ ଥିବା ଜଣା ପଡୁଥିଲେ । ପରିଭ୍ରମଣ କରି ଅତ୍ୟନ୍ତ ଖୁସି ଥିବା ବରିଷ୍ଠ ନାଗରିକ ମାନେ ବ୍ୟକ୍ତ କରିବା ସହ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି । ଫେରିଥିବା ସମସ୍ତ ଯାତ୍ରୀ କିଭଳି ନିଜ ନିଜ ଘରକୁ ସୁରକ୍ଷିତ ଭାବେ ପହଞ୍ଚିବେ ସେଥିପାଇଁ ଜିଲ୍ଲା ସାଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତ୍ରିଭୁବନ ଜୟସିଂଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି ।