ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ

 ଯାଜପୁର ଟାଉନ : ନୂତନ ଉନ୍ନତ ଅଭିଳାଷ ଓଡ଼ିଶା ଯୋଜନା ଅନ୍ତର୍ଭୁକ୍ତ ସ୍ୱତନ୍ତ୍ର ପ୍ରକଳ୍ପ ମାଧ୍ୟମରେ ଜିଲା କାରାଗାରର ଅନ୍ତେବାସୀମାନଙ୍କୁ ଗାଈ, ମଇଁଷି, ଛେଳି ଚାଷ ସହିତ ଜିଆ ଖତ ଉତ୍ପାଦନ ଓ ପ୍ରସ୍ତୁତି ପ୍ରଣାଳୀ ସମ୍ବନ୍ଧୀୟ ୧୦ଦିନିଆ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ଆନୁକୂଲ୍ୟରେ ଜିଲା ପ୍ରଶାସନ ଦ୍ୱାରା ତାଲିମ କାର୍ଯ୍ୟକ୍ରମ ଏପ୍ରିଲ ମାସ ୫ରେ ସମାପ୍ତ ହେବ । କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଜିଲାପାଳ ପି.ଅନ୍ୱେଷୋ ରେ‡ୀ, ସୁଶାନ୍ତ କୁମାର ନାୟକ, ଜିଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ, ସୁରେଶ ଚନ୍ଦ୍ର ନାୟକ, ନିଦେ୍ର୍ଦଶକ ଏସବିଆରସେଟି, ପ୍ରଭାତ କୁମାର ବସ୍ତୀ, ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ସୁନୀଲ କୁମାର ପାତ୍ର, କାରାପାଳ ତଥା ଅଧିକ୍ଷକ ଯୋଗ ଦେଇଥିଲେ । ଜିଲାକାରାଗାର ଅନ୍ତେବାସୀମାନଙ୍କୁ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା ସ୍ୱତନ୍ତ୍ର ପ୍ରଶିକ୍ଷକଙ୍କ ମାଧ୍ୟମରେ ତାଲିମ୍ ପ୍ରଦାନ କରାଯିବ । ତାଲିମ୍ ସମାପ୍ତ ପରେ ତାଲିମ୍ପ୍ରାପ୍ତ ସମସ୍ତ ଅନ୍ତେବାସୀମାନଙ୍କୁ ଷ୍ଟେଟ ବ୍ୟାଙ୍କ୍ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପ୍ରଦତ ପ୍ରମାଣ ପତ୍ର ସହିତ ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯିବ । ଏହି ପ୍ରମାଣ ପତ୍ର ମାଧ୍ୟମରେ କାରାଗାର ଅନ୍ତେବାସୀ   ମୁକ୍ତ ହେବା ପରେ ଋଣ ପାଇଁ ଆବେଦନ କରି ଓଉଦ୍ୟୋଗୀ ହୋଇ ଆତ୍ମନିର୍ଭରଶୀଳ ହୋଇପାରିବେ । ଜିଲା କାରାଗାର ତରଫରୁ କାରାପାଳ ତଥା ଅଧିକ୍ଷକ ସୁନୀଲ କୁମାର ପାତ୍ର, ସହକାରୀ କାରାପାଳ ପ୍ରଭାସ କୁମାର ଜେନା, ଉପସହକାରୀ କାରାପାଳ ନିମାଇଁ ଚରଣ ବିଶ୍ୱାଳ, ମମତା ଦେହୁରୀଙ୍କ ସମେତ କାରାଗାରର ସମସ୍ତ କର୍ମଚାରୀ ଆବଶ୍ୟକୀୟ ସହଯୋଗ ପ୍ରଦାନ କରିଥିଲେ ।