ଦିବ୍ୟରଞ୍ଜନଙ୍କ ଶ୍ରଦ୍ଧାଞ୍ଜଳି ସଭା
ନୂଆପଡା : ନୂଆପଡା ଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ନେହେନା ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମୁରଲୀଧର ଦଣ୍ଡସେନାଙ୍କ ସାନଭାଇ ବିନୋଦ ଦଣ୍ଡସେନାଙ୍କ ପୁଅ ଦିବ୍ୟରଞ୍ଜନ ଦଣ୍ଡସେନାଙ୍କ ଚଳିତ ମାସ ୮ ତାରିଖରେ ଆକସ୍ମିକ ବିୟୋଗ ଘଟିଥିଲା । ତାଙ୍କର ଏକାଦଶ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି ଉଦେଶ୍ୟରେ ଏକ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଭଜନ କାର୍ଯ୍ୟକ୍ରମରେ ବିଭୁତି ଭୂଷଣ ବିଶି, ଜୟଦେବ ବେହେରା, ବିଜୟ ବଘେଲ, ମୁରଲୀଧର ପଟେଲ, କିରଣ ବାରିକ ପ୍ରମୁଖ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର ଓ ଧଙ୍କସର ହାଇସ୍କୁଲର ପ୍ରଧାନଶିକ୍ଷକ ଗରୁଡେଶ୍ୱର ଗହୀର ସ୍ୱର୍ଗତ ଆତ୍ମାର ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମରେ ଖଡ଼ିଆଳ ଯୁବରାଜ ଦେବ ଦେବ ସିଂ ଦେଓ ସମେତ ଆଖପାଖ ଅଞ୍ଚଳରୁ ପ୍ରାୟ ୮ସହରୁ ଅଧିକ ନିମନ୍ତ୍ରିତ ଅତିଥି ଉପସ୍ଥିତ ଥିଲେ । ଉଲ୍ଲେଖ ଯେ, ସ୍ୱର୍ଗତ ଦିବ୍ୟରଞ୍ଜନ ଦଣ୍ଡସେନା ଖଡ଼ିଆଳ ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିଲେ ।