ନଦୀ ସଂଯୋଗୀକରଣ-ସ୍ୱାଗତଯୋଗ୍ୟ


 ଦେଶରେ ବୃହତ ନଦୀ ସଂଯୋଗର ପରିକଳ୍ପନା ଭବିଷ୍ୟତରେ ସମ୍ଭାବ୍ୟ ଜଳ ସଂକଟର ମୁକାବିଲା ପାଇଁ ଉଦ୍ଦିଷ୍ଟ ଏହା ନିସନେ୍ଦହ । ଅଶୀ ଦଶକରେ ତତ୍କାଳୀନ ସରକାର ବୃହତ ନଦୀ ସଂଯୋଗ ଯୋଜନାର ପରିକଳ୍ପନା କରିଥିବାବେଳେ ଏଭଳି ପ୍ରଥମ ପ୍ରକଳ୍ପ ଲାଗି ଦୀର୍ଘ ଚାରିଦଶନ୍ଧି ଲାଗିଯାଇଛି ।  ତେବେ ଏହି ବିଳମ୍ବ ସରକାରୀ ଅବହେଳା କିମ୍ବା ବିରୋଧ ପାଇଁ ହୋଇଛି, ତାହା ସ୍ପଷ୍ଟ ଜଣାପଡିନଥିଲେ ମଧ୍ୟ ଖୁସିର ବିଷୟ ଏହା ଯେ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ-ବେଟୱା ନଦୀର ସଂଯୋଗୀକରଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ବଜେଟରେ ୪୪,୬୦୫ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା କେନ ନଦୀରୁ ବଳକା ଜଳ କେନାଲ ମାଧ୍ୟମରେ ବେଟୱା ନଦୀରେ ଛଡାଯିବ । କୃଷିକ୍ଷେତ୍ରକୁ ଜଳ ଯୋଗାଣ ଏବଂ ଜନସାଧାରଣଙ୍କୁ ପାନୀୟ ଜଳଯୋଗାଣ ହେଉଛି ଏଭଳି ଯୋଜନାର ମୁଖ୍ୟ ଲକ୍ଷ୍ୟ । କେବଳ  ଏତିକି ନୁହେଁ, ବନ୍ୟା ସମୟରେ ତଳିଆ ଅଂଚଳର ଲୋକଙ୍କୁ ସୁରକ୍ଷା ଦେବା ସହ ଜଳ ବିଦୁ୍ୟତ ଉତ୍ପାଦନରେ ସହାୟକ ହେବ ।  ଏବେ ଭୂତଳ ଜଳ ସ୍ତର କ୍ରମଶଃ ହ୍ରାସ  ପାଉଥିବାବେଳେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ୨୦୫୦ ମସିହା ବେଳକୁ ଦେଶରେ ଉକôଟ ପାନୀଳ ଜଳ ସଂକଟ ସୃଷ୍ଟି ହେବା ନେଇ ବୈଜ୍ଞାନିକମାନେ ଚେତାବନୀ ଦେଇସାରିଲେଣି । ଆହୁରି ମଧ୍ୟ ଚିର ସ୍ରୋତା ନଦୀଗୁଡିକ ଖରାଦିନେ ଶୁଖିଲା ପଡିଲାଣି, ଏହା ଭବିଷ୍ୟତରେ ଜଳ ସଂକଟର ପୂର୍ବାଭାସ ବୋଲି କହିଲେ ହୁଏତ ଅତୁ୍ୟକ୍ତି ହୋଇନପାରେ ।  ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ଚାରି ଦଶନ୍ଧିର ପରିକଳ୍ପନାକୁ ବାସ୍ତବ ରୂପ ଦେବା ପାଇଁ ଗଲା ୨୦୨୧ରେ କେନ୍ଦ୍ର କ୍ୟାବିନେଟ ନଦୀ ସଂଯୋଗୀକରଣ ପ୍ରସ୍ତାବକୁ ଅନୁମୋଦନ କରିଥିଲେ ।  ସେହିପରି ଏହି ପ୍ରକଳ୍ପ ଦ୍ୱାରା ଜୈବ ବିବିଧତା କ୍ଷତିଗ୍ରସ୍ତ ହେବା ସହ ପରିବେଶକୁ ପ୍ରଭାବିତ କରିବା  ନେଇ ବିଶାରଦମାନେ ମଧ୍ୟ ଚେତାବନୀ ଦେଇଛନ୍ତି । ଏପରିକି ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟି ଓ ବିଶାରଦମାନଙ୍କ ପରାମର୍ଶକୁ ଏଡାଇ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି । ଉଭୟ କେନ ଓ ବେଟୱା ନଦୀର ଅବବାହିକା ବନ୍ୟା ଓ ମରୁଡି ଦ୍ୱାରା ପ୍ରପୀଡିତ ହୋଇ ଆସୁଥିବାବେଳେ ଏହି ପ୍ରକଳ୍ପ ସହାୟକ ହେବା ନେଇ ଆଶା କରାଯାଏ । ଚାଷ ଜମିକୁ ଜଳସେଚନ ଓ ପାନୀୟ ଜଳଯୋଗାଣ ହୋଇପାରିବ ।   ଏହି ଯୋଜନାରେ ଆମ ରାଜ୍ୟରେ ନଦୀର ସଂଯୋଗୀକରଣ ନେଇ ୩ଟି ନଦୀକୁ ଚିହ୍ନଟ କରାଯାଇଛି । ଯାହାର ଫିଜିବିଲଟି ରିପୋର୍ଟ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ଏହି ଯୋଜନାରେ ମହାନଦୀ-ଋଷୁକୁଲ୍ୟା-ଗୋଦାବରୀ, ଗଙ୍ଗା-ଦାମୋଦର-ସୁବର୍ଣ୍ଣରେଖା ଓ ସୁବର୍ଣ୍ଣରେଖା-ମହାନଦୀ-ସଂଯୋଗୀକରଣ ପ୍ରସ୍ତାବ ରହିଛି । ମହାନଦୀ-ଋଷିକୁଲ୍ୟା-ଗୋଦାବରୀ ସଂଯୋଗ ଦ୍ୱାରା ଓଡିଶା ଓ ଆନ୍ଧ୍ର ପ୍ରଦେଶ ଉପକୃତ ହେବା ସହ ଗଙ୍ଗା-ଦାମୋଦର-ସୁବର୍ଣ୍ଣରେଖା ଦ୍ୱାରା ଓଡିଶା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଚାଷ ଜମି ଜଳସେଚିତ ହେବା ସହ ପାନୀଳ ଜଳ ସଂକଟ ଦୂର ହୋଇପାରିବ । ଆହୁରି ମଧ୍ୟ ଜଳବିଦୁ୍ୟତ ଉତ୍ପାଦନ ଦ୍ୱାରା ବିଦୁ୍ୟତ ସଂକଟ ଦୂରୀଭୂତ ହୋଇପାରିବା ନେଇ ଆଶା କରାଯାଉଛି । ଉଲ୍ଳେଖଯୋଗ୍ୟ ଯେ, ମହାନଦୀରେ ଛତିଶଗଡର ଏକାଧିକ ବ୍ୟାରେଜ ଯୋଗୁଁ ଏବେ ଓଡିଶାର ଶୁଖିଲା ପଡିଛି । କେବଳ ମହାନଦୀ ନୁହେଁ, ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ଋଷିକୁଲ୍ୟା, ବଂଶଧାରା ଆଦି ରାଜ୍ୟର ବଡବଡ ନଦୀ ଖରାଦିନେ ଶୁଖିଲା ପଡୁଛି ।  ଏହି ନଦୀ ସଂଯୋଗୀକରଣ ଦ୍ୱାରା ଭୂତଳ ଜଳସ୍ତରରେ ସୁଧାର ଆସିବ । ପ୍ରତି କାର୍ଯ୍ୟରେ ପ୍ରତିକ୍ରିୟା ଥିବା ପରି ଏହି ପ୍ରକଳ୍ପ ଦ୍ୱାରା ପରିବେଶ ଉପରେ କି ପ୍ରକାର ପ୍ରଭାବ ପଡିବ, ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ଅନ୍ୟଥା ଏହା ବିପର୍ଯ୍ୟାୟର କାରଣ ହେବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।
ସୌଭାଗ୍ୟ ରଂଜନ ମହାନ୍ତି,ମୋ:୯୪୩୭୯୯୪୩୭୯