ନାବାଳିକା ଅପହରଣ ଅଭିଯୋଗ
ବଡ଼ଚଣା: ଧାନମଣ୍ଡଳ ଫାଣ୍ଡି ଅଧିନସ୍ଥ ରାମଚନ୍ଦ୍ରପୁର ଗ୍ରାମର ଜନୈକା ନାବାଳିକା ଅପହରଣ ହୋଇଥିବାର ଥାନାରେଅଭିଯୋଗ ହୋଇଛି । ଅଭିଯୋଗ ମତେ ଧାନମଣ୍ଡଳ ଫାଣ୍ଡି ପଛପଟ ଏକ ପରିବାର ରହୁଥିବା ବେଳେ ରବିବାର ରାତିରେ ଜନୈକା ନାବାଳିକା ଶୈାଚ କରିବାକୁ କରିବାକୁ ଯାଇଥିଲେ ଆଉ ଘରକୁ ଫେରିନଥିଲେ । ବହୁ ସମୟ ପରେ ପରିବାର ଲୋକେ ପାଇନଥିଲେ । କେହି ଦୁର୍ବୃତ ଅପହରଣ କରିନେଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ନାବାଳିକା ଧାନମଣ୍ଡଳ ସରକାରି ସ୍କୁଲରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ଅଭିଯୋଗ ପରେ ମାମଲା ରୁଜୁ ରୁଜୁକରି ପୁଲିସ ତଦନ୍ତ କରିଛି । ପ୍ରାଥମିକ ତଦନ୍ତରୁ ନାବାଳିକା ଜଣକ ଅପହରଣ ହୋଇଥିବା ବଡ଼ଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରା କହିଛନ୍ତି । ପୁଲିସ ଅପହୃତା ଘର ଲୋକଙ୍କୁ ଥାନାକୁ ଆଣି ପଚରା ଉଚୁରା କରିଛି ।