ଗୋଟିଏ ଶ୍ରେଣୀ ଗୃହରେ ପଢୁଛନ୍ତି ୭ଟି ଶ୍ରେଣୀର ପିଲା


ଶିକ୍ଷା ବିଭାଗ ପକ୍ଷରୁ ଭିତ୍ତିଭୂମିର ଉନ୍ନତି ଲାଗି ବିଭିନ୍ନ ଯୋଜନା ମାଧ୍ୟମ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ସ୍କୁଲ ଗୃହ ଉନ୍ନତି କରଣ କରାଯାଉଛି । ରାଜକନିକା ବ୍ଲକର ଭାରିଗଦା ପଞ୍ଚାୟତର ଦଶଭଗାରିଆ ଉନ୍ନୀତ ଉଚ୍ଚÿ ପ୍ରାଥମିକ ବିଦ୍ୟାଳୟଟି ୧୯୭୯ ମସିହାରୁ ସ୍ଥାପିତ ହୋଇଛି । ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀରେ ୪୧ ଜଣ ଛାତ୍ର ଛାତ୍ରୀ ଗୋଟିଏ ଶ୍ରେଣୀ ଗୃହରେ ପାଠ ପଢିଥାନ୍ତି । ଏମାନଙ୍କୁ ପାଠ ପଢାଇବା ଲାଗି ଦୁଇ ଜଣ ଶିକ୍ଷକ ଅଛନ୍ତି । ଗୋଟିଏ ଶ୍ରେଣୀ ଗୃହରେ ସାତଟି ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ପାଠ ପଢ଼ୁଥିବାରୁ ଠିକ ଭାବରେ ପିଲାମାନେ ପାଠ ପଢି ପାରୁନଥିବା ଅବିଭାବକ ମାନେ ଅଭିଯୋଗ କରିଛନ୍ତି । ଏହି ଛାତ୍ରଛାତ୍ରୀ ମାନେ ଯେଉଁ ଘରେ ପାଠ ପଢୁଛନ୍ତି ସେ ଗୃହର କାନ୍ଥ ଫାଟି ଆଁ ହୋଇଥିବା ବେଳେ ଛାତରୁ କେତେକ ଜାଗାରେ କଂକ୍ରିଟ ଖସି ଛାତ ରଡ଼ ଦେଖାଯାଉଛି । କେତେବେଳେ ଯେ ଛାତ୍ରଛାତ୍ରୀ ମାନଙ୍କ ଉପରେ ପଡି ଯାଇପାରେ କଂକ୍ରିଟ । ଶିକ୍ଷା ବିଭାଗର ନିଦେ୍ର୍ଦଶରେ ସ୍କୁଲ ଗୁଡିକରେ ଛାତ୍ର ଛାତ୍ରୀମାନଙ୍କ ର ପିଇବା ଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଆକ୍ୱାଗାର୍ଡ ଲାଗୁଛି ଓ ଶୌଚାଳୟ ନିର୍ମାଣ ହେଉଛି । ହେଲେ ଏହି ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଲାଗି ସ୍କୁଲ ରେ ନାହିଁ ପିଇବା ପାଣିର ବ୍ୟବସ୍ଥା, ନା ଅଛି ଶୌଚାଳୟ । ଛାତ୍ରଛାତ୍ରୀ ମାନେ ଘରୁ ପିଇବା ପାଣି ନେଇ ଆସିଲେ ପିଇଥାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ମାନେ । ଏହା ସହିତ ସ୍କୁଲ କ୍ୟାମ୍ପସରେ ରହିଛି ଏକ ବିପଦ ସଂକୁଳ ଘୋଷଣା ହୋଇଥିବା ଆଜବେଷ୍ଟ ଶ୍ରେଣୀ ଗୃହ । ଏହି ବିପଦ ସଂକୁଳ ଗୃହ ଭିତରେ ବିଷାକ୍ତ ସାପ ରହିଥାନ୍ତି । ଏହି ଗୃହ ପାଖ ଦେଇ ଛାତ୍ରଛାତ୍ରୀ ମାନେ ଶ୍ରେଣୀ ଗୁହକୁ ଯିବା ଆସିବା କରିଥାନ୍ତି । ଯାହାଫଳରେ କେତେବେଳେ ଯେ ଅଘଟଣ ଘଟିପାରେ ବୋଲି ସ୍କୁଲ ପରିଚାଳନା କମିଟି ର ସଦସ୍ୟ ମାନେ କହିଛନ୍ତି । ଏହି ସ୍କୁଲକୁ ଲାଗି ଗାଁର ଏକ ବଡ଼ ପୋଖରୀ ରହିଛି । ସ୍କୁଲର ବାଉଣ୍ଡ୍ରି ୱାଲ ନଥିବାରୁ, କେତେବେଳେ ଯେ ଅଘଟଣ ଘଟିବ କୁହା ନ ଯାଇପାରେ । ଏହି ଏଭଳି ଅବସ୍ଥାରେ ଛାତ୍ର ଛାତ୍ରୀ ପାଠ ପଢୁ ଥିବାରୁ ତାଙ୍କୁ ସ୍କୁଲକୁ ପଠାଇବାକୁ ଡର ଲାଗୁଛି ଓ ଜୀବନ ପ୍ରତି ବିପଦ ରହିଛି ବୋଲି ସ୍କୁଲ ପରିଚାଳନା କମିଟିର ସଭାପତି ଦେବେନ୍ଦ୍ର ରାଉତ, ଅବିଭାବକ କୁଳମଣି ବେହେରା ଓ ଅନନ୍ତ ଚରଣ ବେହେରା କହିଛନ୍ତି । ସ୍କୁଲ ପରିଚାଳନା କମିଟିର ସଭାପତି ଶ୍ରୀ ରାଉତଙ୍କ ସହିତ ଅବିଭାବକ ମାନେ ଦାବୀ କରିଛନ୍ତି ଯେ, ତୁରନ୍ତ ବିଦ୍ୟାଳୟରେ ପିଇବା ପାଣିର ବ୍ୟବସ୍ଥା, ନୂତନ ସ୍କୁଲ ଗୃହ, ବିପଦ ସଂକୁଳ ଘୋଷଣା କରାଯାଇଥିବା ଗୃହ କୁ ଭଙ୍ଗା ଯିବା ସହ ସ୍କୁଲ ଚତୁର୍ପାଶ୍ୱରେ ୱାଲ ନିର୍ମାଣ କରାଯାଉ । ନଚେତ ଆଗାମୀ ଦିନରେ ଛାତ୍ର ଛାତ୍ରୀ ଓ ଅବିଭାବକ ମାନଙ୍କୁ ନେଇ ଆନେ୍ଦାଳନ କରାଯିବ । ଏ ସମ୍ପର୍କ ରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ବିଶ୍ୱାଳ କହିଛନ୍ତି ଯେ ମୁଁ ଅଳ୍ପ ଦିନ ହେବ ଦାଇତ୍ୱ ନେଇଛି, ଏହି ବିଦ୍ୟାଳୟରେ ବହୁ ସମସ୍ୟା ରହିଛି । ସ୍କୁଲ ରେ ପିଇବା ପାଣି ନାହିଁ, ସ୍କୁଲ ରେ ପାଚେରୀ ନାହିଁ, ସ୍କୁଲ କୁ ଲାଗିକି ରହିଛି ପୋଖରୀ ଓ ବିପଦ ସଂକୁଳ ସ୍କୁଲ ଘର କେତେବେଳେ ଯେ ଅଘଟଣ ଘଟି ପରେ । ଏ ସମ୍ପର୍କ ରେ ମୁଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦେଇଛି । ଅନ୍ୟପଟେ ଏ ସମ୍ପର୍କ ରେ ମଣ୍ଡଳ ଶିକ୍ଷା ଅଧିକାରୀ ନଳିନୀ ରଞ୍ଜନ ରାଉତରାୟ କହିଛନ୍ତି ଯେ, ମୁଁ ଏବେ ଦାୟିତ୍ୱ ନେଇଛି, ନିଜେ ସ୍କୁଲ ଯାଇ ସମସ୍ୟା ସମ୍ପର୍କ ରେ ବୁଝିବି ।