ନିଆଁ ଲାଗି ଜଳିଗଲା ଦୋକାନ
ଦାନଗଦୀ: ସୋମବାର ସକାଳ ସମୟରେ କଳିଙ୍ଗନଗର ଶିଳ୍ପାଞ୍ଚଳ ଟାଟାଷ୍ଟିଲ ୪ନମ୍ବର ଗେଟ ସ୍କିଲ ଆସେସମେଣ୍ଟ ସେଣ୍ଟର ପାଖରେ ଅଚାନକ ନିଆଁ ଲାଗି ଏକ ତେଜରାତି ଦୋକାନ ପୋଡି ଛାରଖାର ହୋଇଯାଇଛି । ଖବର ମତେ ଏହି ଦୋକାନଟିରେ କୌଣସି କାରଣରୁ ହଠାତ ନିଆଁ ଲାଗି ଯାଇଥିଲା । ଦମକଳ ବାହୀନ ପହଁଚି ନିଆଁ ଲିଭାଇଲା ବେଳକୁ ଦୋକାନ ପୋଡି ପାଉଁଶ ହୋଇଯାଇଥିଲା । ପ୍ରକୃତ କାରଣ ଜଣାପଡ଼ିନଥିଲେ ହେଁ ଗ୍ୟାସ ଲିକ୍ରୁ ଏପରି ଅଘଟଣ ଘଟିଥିବା ସନେ୍ଦହ କରାଯାଉଛି ।