ନିର୍ମାଣ ଶ୍ରମିକ ସଂଘର ଦାବିପତ୍ର

 କେନ୍ଦ୍ରାପଡ଼ା : ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ତରଫରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଏକ ୫ ଦଫା ଦାବିପତ୍ର ପ୍ରଦାନ କରିବା ସହିତ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସାଧାରଣ ସଂପାଦକ ଅଶୋକ କୁମାର ତ୍ରିପାଠୀ ଆଲେଚନା କରିଛନ୍ତି । ଶ୍ରୀ ତ୍ରିପାଠୀ ଏହି ଆଲୋଚନାରେ ୨୦୨୦ ଠାରୁ ଦରଖାସ୍ତ ବାବଦକୁ କରାଯାଇ ଥିବା ରସିଦ ପଞ୍ଜିକରଣ ନିମନ୍ତେ ମହିଳା ଶ୍ରମିକ ମାନଙ୍କ ପରିଚୟ ପତ୍ର ପ୍ରଦାନ କରିବା, ଫେରସ୍ତ କରାଯାଇ ଥିବା ମହିଳା ନିର୍ମାଣ ଶ୍ରମିକ ମାନଙ୍କ ଦରଖାସ୍ତକାରୀ ମାନଙ୍କୁ ତୁରନ୍ତ ପରିଚୟ ପତ୍ର ପ୍ରଦାନ କରିବା, ୨୦୨୦  ମସିହା ଠାରୁ ହେଇଥିବା ଦରଖାସ୍ତର ବିଚାର କରାଯାଇ ଶିକ୍ଷାବୃତ୍ତି ପ୍ରଦାନ କରାଯିବା, ଅଫଲାଇନ ଓ ଅନଲାଇନ ଝିଅ ବିବାହ ଦରଖାସ୍ତର ତୁରନ୍ତ ବିଚାର କରାଯାଇ  ସହାୟତା ପ୍ରଦାନ କରିବା, ବର୍ଷ ବର୍ଷ ଧରି ପଡି ରହିଥିବା ବିଭିନ୍ନ ମଞ୍ଜୁରୀପ୍ରାପ୍ତ ଅନୁଦାନ ରାଶି ତୁରନ୍ତ ପ୍ରଦାନ କରାଯିବା ଆଦି ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ପ୍ରଦିପ୍ତ କୁମାର ସାମଲ, ମହେଶ୍ୱର ନାୟକ, ନିଗମାନନ୍ଦ ସାମଲ, ଧିରେନ କୁମାର ସାହୁ, ମନୋଜ ପଡରିଡା, ଅନିରୁଦ୍ଧ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।