ନିଶାମୁକ୍ତ ସମାଜ ଗଠନ ନେଇ ଶପଥ
ପାରାଦୀପ: ଜଗତସିଂହପୁର ଅଳକା ଆଶ୍ରମ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଠାରୁ ଆରମ୍ଭ ହୋଇଥିବା "ନିଶା ମୁକ୍ତି, ଯୁବ ଶକ୍ତି’ ଅଭିଯାନ ‘ପୋର୍ଟଟ୍ରଷ୍ଟ ହାଇସ୍କୁଲ’ର ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ଦାଶଙ୍କ ସଭାପତିତ୍ୱରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ସ୍ଥାନୀୟ ବିଜୁ ମେମୋରିଆଲ ହସ୍ପିଟାଲର ଡାକ୍ତର ଆସିଫ ଇକବଲ, ଜଗତସିଂହପୁର ଜିଲ୍ଲା ନିଶା ନିବାରଣ ସମିତିର ସଂଯୋଜକ କମ୍ରେଡ ବାବୁରାମ ଚୌଧୁରୀ, ସ୍ୱାସ୍ଥ୍ୟ ସେବୀକା ପ୍ରେମଲତା ବାରିକ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସାମ୍ପ୍ରତିକ ସମାଜରେ ନିଶା ସେବନର କୁପରିଣାମ ଓ ଭୟାଭୟତା ବିଷୟରେରେ ଅବଗତ କରାଇଥିଲେ । ଅଳକା ଆଶ୍ରମର କେନ୍ଦ୍ରୀୟ ସଂଯୋଜକ ନଗେନ୍ଦ୍ର ନାଥ ସ୍ୱାଇଁ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ସଂଯୋଜିକା ନଳିନୀ ପ୍ରଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।