ନିଶାସକ୍ତ ଡ୍ରାଇଭର ଗିରଫ, ଟ୍ରକ୍ ଜବତ
ସାଲେପୁର: ନିଶାସକ୍ତ ଅବସ୍ଥାରେ ବେପରୁଆ ଭାବେ ଟ୍ରକ୍ ଚାଳନ କରୁଥିବାବେଳେ ରାତ୍ରି ଚେକିଂ ସମୟରେ ସାଲେପୁର ପୁଲିସ ହାତରେ ଧରାପଡି ଗିରଫ ହେଲା ନିଶାଖୋର ଡ୍ରାଇଭର । ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତ୍ରିରେ କଟକ-ସାଲେପୁର ରାସ୍ତାର ଶିଶୁଆ ବଜାର ନିକଟରେ ସାଲେପୁର ପୁଲିସର ରାତ୍ରକାଳୀନ ପାଟ୍ରୋଲିଂ ସାଲେପୁର ଆଇଆଇସି ମନୋଜ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲୁଥିବାବେଳେ କଟକରୁ ସାଲେପୁର ଅଭିମୁଖେ ଆସୁଥିବା ଏକ କୋଇଲା ବୋଝଇ ଟ୍ରକ୍ ନଂ-ଓ.ଡି.୦୫ଏକ୍ସ୦୫୧୪, ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ବେପରୁଆ ଭାବେ ଗାଡ଼ି ଚଳାଉଥିବାବେଳେ ସାଲେପୁର ପୁଲିସ ହାବୁଡ଼ରେ ପଡିଥିଲା । ପୁଲିସ ସଂପୃକ୍ତ ଡ୍ରାଇଭରକୁ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଅଭିଯୋଗରେ ଗିରଫ କରିବା ସହ ଟ୍ରକ୍ଟିକୁ ଜବତ କରିଛି । ଗିରଫ ଡ୍ରାଇଭର ଅନୁଗୁଳର ବନ୍ତଳା ଅଞ୍ଚଳରେ ବୋଲି ଜଣାପଡିଥିବାବେଳେ ତାହାର ନାମ ଅନିଲ ବେହେରା ବୋଲି ଜଣାଯାଇଛି ।