ନୂତନ ଟ୍ରକ ମାଲିକ ସଂଘ ଗଠିତ

 ବ୍ୟାସନଗର  : ପୌରାଞ୍ଚଳରେ ସ୍ଥାନୀୟ ଟ୍ରକ ମାଲିକ ମାନଙ୍କୁ ନେଇ ନୂତନ ଭାବରେ  ବ୍ୟାସନଗର ଟ୍ରକ୍ ମାଲିକ ସଂଘ ଗଠିତ ହୋଇଛି । ଖଣି ଅଞ୍ଚଳର କିମ୍ବା ସ୍ଥାନୀୟ ମାଲ ପରିବହନ ସୁବ୍ୟବସ୍ଥିତ କରିବା ପାଇଁ ବ୍ୟାସନଗର ବହୁ ମାଲିକ ଏକତ୍ରିତ ହୋଇ ନୂତନ ସଂଘ ଗଠନ କରିଛନ୍ତି । ଏହି ଅବସରରେ ଚୋରଦା ବାଇପାସ ଠାରେ ସଂଘ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ସଂଘରେ ୧୨୫ ଜଣ ସକ୍ରୀୟ ମାଲିକ ସଭ୍ୟ  ରହିଛନ୍ତି । ସଂଘର ମୂଖ୍ୟ ଉପଦେଷ୍ଟା ବ୍ରଜ କିଶୋର ରାଉତ.ସଭାପତି କିଶୋର କୁମାର ରାଉତ. ଉପ ସଭାପତି ନୀଳମଣି ରାଉତ, ସଂପାଦକ ସୌଭାଗ୍ୟ କୁମାର ବାରିକ, ଯୁଗ୍ମ ସମ୍ପାଦକ ଜୟଜିତ୍ ପରିଡା, କୋଷାଧକ୍ଷ ସୁରେନ୍ଦ୍ର କୁମାର ଶର୍ମା, ନିରଞ୍ଜନ ସାହୁ, ଅରୁଣ କୁମାର ମହାନ୍ତି, ବିନୋଦ କୁମାର ଶର୍ମା, ଶିଶିର କୁମାର ଓଝା, ପ୍ରଦୁ୍ୟମ୍ନ ବୋଇତାଇ, ଆନନ୍ଦ ଚନ୍ଦ୍ର ବଳ, ମାନସ ରଞ୍ଜନ ଆଏଚ, ଉମାକାନ୍ତ ପୁହାଣ, ବିଜୟ କୁମାର ଜେନା, ବସନ୍ତ କୁମାର ପାତ୍ର, ବିଶ୍ୱଜିତ୍ ପରିଡା, ପ୍ରଭାତ ସିଂ, ରାଜ କିଶୋର ମଲିକ, ବିଶ୍ୱଜିତ୍ ପଣ୍ଡା, ପ୍ରମୋଦ ଛୋଟରାୟ ଓ ସୁଜିତ୍ କୁମାର ନାୟକ ସମେତ ଉପସ୍ଥିତ ରହି ମାଲିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ ।