ପଞ୍ଚାୟତ ପ୍ରତିନିଧିଙ୍କୁ ବ୍ୟାଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ 

ଆସିକା: ଆସିକା ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ଶାଖାର ସଭାଗୃହରେ କୃଷି ଉନ୍ନୟନ ଶାଖା କାର୍ଯ୍ୟାଳୟ ପକ୍ଷରୁ ଗ୍ରାମାଞ୍ଚଳରେ ଆର୍ଥିକ ଅନ୍ତରିଭୁକ୍ତକରଣ ଉପରେ ପଞ୍ଚାୟତ ପ୍ରତିନିଧିଙ୍କୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଆଞ୍ଚଳିକ ଶାଖା ପରିଚାଳିକା ଜୋସନ୍ନା ମହାରଣା, ଏଡିବି ବ୍ରାଞ୍ଚର ଶାଖା ପରିଚାଳିକା ମନସ୍ୱିନୀ ସାହୁ,ଆର୍ଥିକ ଅନ୍ତରିଭୁକ୍ତକରଣ ଅଧିକାରୀ ସୁକାନ୍ତ ସାହୁ ଏବଂ ଆଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଆସିକା ବ୍ଲକର ୨୭ ସରପଞ୍ଚ, ସମିତି ସଦସ୍ୟ ମାନେ ଯୋଗ ଦେଇଥିଲେ । ବ୍ୟାଙ୍କ ପକ୍ଷରୁ ସରକାରଙ୍କ ବିଭିନ୍ନ ଯୋଜନା ତଥା ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମରେ କ୍ଷିଦ୍ର ଉଦ୍ୟୋଗୀ ବୃଦ୍ଧି, ପ୍ରଧାନମନ୍ତ୍ରୀ ଷ୍ଟିଟ ଭେଣ୍ଡର ଆତ୍ମ ନିର୍ଭର ଯୋଜନା, ପ୍ରଧାନମନ୍ତ୍ରୀ କୁଶଳ ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଆବାସଘର, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ସୂର୍ଯ୍ୟ ଘର, ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କ ଋଣ ସୁବିଧା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଅଟଲ ପେନସନ ଯୋଜନା,ରେ ଗ୍ରାମାଞ୍ଚଳ ର ଜନ ସାଧାରଣ ଲୋକ ମାନେ ସହଜରେ ଓ ସୁବିଧା ଦ୍ୱାରା ଏହି ସୁଯୋଗ ଉପଲବ୍ଧ ହୋଇ ପାରିବ ସେଥିପାଇଁ ପଞ୍ଚାୟତ ପ୍ରତିନିଧିମାନଙ୍କ ଗୁରୁ ଦାୟିତ୍ୱ ରହିଛି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ପଞ୍ଚାୟତ ପ୍ରତିନିଧି ମାନେ ସହଯୋଗ କଲେ ବିଭିନ୍ନ ଗ୍ରାମମାନଙ୍କରେ ଆର୍ଥିକ ଅନ୍ତରିଭୁକ୍ତକରଣ ସେଣ୍ଟରର କ୍ୟାମ୍ପ କରି ଲୋକମାନଙ୍କୁ ଆହୁରି ସଚେତନତା କରାଯାଇପାରିବ ବୋଲି ବହୁ ଅଧିକାରୀ ମତ ରଖିଥିଲେ ।