ପଦ୍ମଶ୍ରୀ ତୁଳସୀ ମୁଣ୍ଡା ‘ପ୍ରାଚୀ ସମାଜସେବୀ ସମ୍ମାନ’ରେ ସମ୍ମାନିତ
କଟକ: ପ୍ରାଚୀ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ସମାଜସେବୀ ଓ ପ୍ରଖ୍ୟାତ ସମାଜ ସୁଧାରକ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଆଦିବାସୀ ବିକାଶ ସମିତି ବଡବିଲ, କେନ୍ଦୁଝରଠାରେ ମାନପତ୍ର ଓ ଉପଢୌÿକନ ପ୍ରଦାନ କରି ‘ପ୍ରାଚୀ ସମାଜସେବୀ’ ସମ୍ମାନରେ ସମ୍ମାନିତ କରାଯାଇଛି । ପଦ୍ମଶ୍ରୀ ମୁ୍ଣ୍ଡା ଆଦିବାସୀ ଅଞ୍ଚଳର ଅବହେଳିତ, ଅନଗ୍ରସର ବର୍ଗଙ୍କ ସାମଗ୍ରିକ ବିକାଶ ନିମନ୍ତେ ନିରନ୍ତର ଉଦ୍ୟମ କରି ଚାଲିଛନ୍ତି । ଆଦିବାସୀ ବିକାଶ ସମିତି ବିଦ୍ୟାଳୟ ସହିତ ସତରଟି ବିଦ୍ୟାଳୟ ପ୍ରତିଷ୍ଠା କରି ଅଦିବାସୀ ବିଦ୍ୟାର୍ଥୀମାନଙ୍କୁ ଜ୍ଞାନାଲୋକର ଅରୁଣାଭା ପଦ୍ମଶ୍ରୀ ମୁଣ୍ଡା ପ୍ରଦାନ କରିପାରିଛନ୍ତି । ଜଙ୍ଗଲର ରକ୍ଷଣାବେକ୍ଷଣ, ଜଳସଂରକ୍ଷଣ ଓ ଏହାର ସଦୁପୋଯୋଗ ଉପରେ ସେ ଗୁରୁତ୍ୱ ଦେଇଆସିଛନ୍ତି । ଛଅ ଦଶନ୍ଧିରୁ ଉଦ୍ଧ୍ୱର୍କାଳ ଧରି ସମାଜସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କରି ସେ ତ୍ୟାଗ, ପ୍ରେମ, ଶାନ୍ତି, ଧୌର୍ଯ୍ୟ ଓ ସହବସ୍ଥାରେ ପ୍ରତିମୂର୍ତ୍ତିରେ ପରିଣତ ହେଇପାରିଛନ୍ତି । ଏହି ଅବସରରେ ଆୟୋଜିତ ଏକ ସଭାରେ ପ୍ରଫେସର ଡ. ମନ୍ଦାକିନୀ ଦାସ, ଡ. ଦ୍ୱୀପାୟନ ପଟ୍ଟନାୟକ, ଡ.ଦୀପକ ଦାଶ ଓ ହୃଦାନନ୍ଦ କୁଅଁର ଯୋଗଦାନ କରି ସମାଜସେବାରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଅୀବଦାନ ସର୍ମ୍ପକରେ ଆଲୋକପାତ କରିଥିଲେ । ମାନସ ରାଉତ, କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୁଦାମ ଲେଙ୍କା ମାନପତ୍ର ପାଠ କରିଥିଲେ ।