ପାନପତ୍ରକୁ ଜାତୀୟ ପତ୍ର ଘୋଷଣା ଦାବି
ପୁରୀ: ଅଖିଳ ଭାରତ ପାନ ଚାଷୀ ସଂଘ ସର୍ବଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଶ୍ୱିନୀ ଜାନା, ଦୁର୍ଯେ୍ୟାଧନ ପ୍ରଧାନଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସମ୍ମିଳନୀ ପରିଚାଳନା କରିଥିବା ବେଳେ କୃଷକ ସଭା ଜାତୀୟ ସଭାପତି ରାଜନ କ୍ଷୀରସାଗର, ପୂର୍ବତନ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଶ୍ରୀକୁମାର ମୁଖାର୍ଜୀ, ଜାତୀୟ ଉପସଭାପତି ଆଶିଷ କାନୁନ୍ଗୋ, ଶଶୀଭୂଷଣ ସ୍ୱାଇଁ, କ୍ଷୀରୋଦ ପ୍ରସାଦ ସିଂ ଦେଓ ପ୍ରମୁଖ ଯୋଗଦେଇ ଦେଶର ଆଠଗୋଟି ରାଜ୍ୟରେ ପାନ ଉପ୍ତାଦନ ହେଉଥିବା ବେଳେ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ରାଜସ୍ୱ ଆୟ କରୁଛନ୍ତି । ମାତ୍ର ପାନ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ସରକାରୀ ପ୍ରୋସôାହନ ଅଭାବ ରହିଛି । ପାନ ପତ୍ରକୁ ଖୁବ୍ କମ୍ ଜାଗାରେ ଉପ୍ତାଦନ କରି ଗୋଟିଏ ପରିବାର ଗୁଜୁରାଣ ମେଣ୍ଟାଇ ପାରୁଛି । ପାନ ପତ୍ରରୁ ପାନୀୟ ପ୍ରସ୍ତୁତ କରାଗଲେ ଲକ୍ଷ ଲକ୍ଷ ପାନ ଚାଷୀ ଉପକୃତ ହେବେ । ମାତ୍ର ସରକାର ଏ ଦିଗରେ ଗବେଷଣା କରନ୍ତୁ ବୋଲି ବକ୍ତାମାନେ ଦାବି ବରିଥିଲେ । ପାନ ପତ୍ରକୁ ଜାତୀୟ ପତ୍ର ଘୋଷଣା କରିବା, ବିନା ସୁଧରେ ପାନ ଚାଷୀଙ୍କୁ ୫୦ହଜାର ଟଙ୍କା ଋଣ ଦେବା, ପାନର ସର୍ବନିମ୍ନ ଦର ଧାର୍ଯ୍ୟ କରିବା, ପାନ ଉପରୁ ଜିଏସ୍ଟି ଉଠାଇ ବ୍ୟବସାୀଙ୍କୁ ଚାଷୀ ଠାରୁ ପାନ କିଣିବା ପାଇଁ ଉସôାହିତ କରିବା, ସ୍ୱତନ୍ତ୍ର ରେଳ ବ୍ୟବସ୍ଥା କରିବା ଉପରେ ଆଲୋଚନା କରାଯାଇଥିଲା । ଏ ସବୁ ଦାବି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯିବ । ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ପଶ୍ଚିମବଙ୍ଗର ଡ. କୋଏଲ ପାନ ପତ୍ର ଉପରେ ଗବେଷଣା କରୁଥିବାରୁ ଏହାର େଓøଷଧିୟ ଗୁଣ ଓ ଏଥିରୁ କିପରି ପାନୀୟ ପ୍ରସ୍ତୁତ କରାଯାଇପାରିବ ତାହା ଉପରେ ଆଲୋଚନା କରିଥିଲେ । ଏହି ସମ୍ମିଳନୀ ଦୁଇ ଦିନ ଧରି ଚାଲିବ ।