ପାରାଦ୍ୱୀପ ବେଳାଭୂମି ସଫେଇ ଅଭିଯାନ

 ପାରାଦ୍ୱୀପ: ପାରାଦ୍ୱୀପ ସମୁଦ୍ର ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ ବଜାୟ ରଖିବା ଉଦେ୍ଦଶ୍ୟରେ ଏଏମ୍/ଏନଏସ୍ ପୋର୍ଟସ୍ ପକ୍ଷରୁ ଏହାର ସିଏସ୍ଆର ପଦକ୍ଷେପର ଏକ ଅଂଶ ବିଶେଷ ଭାବେ ବେଳାଭୂମି ସଫେଇ ଅଭିଯାନର ଆୟୋଜନ କରାଯାଇଥିଲା । କର୍ମଚାରୀ ଓ ସେମାନଙ୍କ ପରିବାର ସକ୍ରିୟତାର ସହିତ ଏହି ଅଭିଯାନରେ ଅଂଶଗ୍ରହଣ କରି ସେଠାରେ ପଡିଥିବା ବର୍ଜ୍ୟବସ୍ତୁକୁ ସଫା କରିଥିଲେ । ଯାହାଦ୍ୱାରା ବେଳାଭୂମିକୁ ସ୍ୱଚ୍ଛ ରଖାଯାଇପାରିବ । ଏଏମ୍/ଏନ୍ଏସ୍ ପୋର୍ଟସ୍ ଭବିଷ୍ୟତରେ ମଧ୍ୟ ଏଭଳି ଅଭିଯାନ ଜାରି ରଖିବା ସହିତ ସ୍ଥାନୀୟ ଲୋକଙ୍କୁ ଏଥିରେ ସାମିଲ କରି ଏକ ସ୍ୱଚ୍ଛ, ସବୁଜ ଏବଂ ସୁରକ୍ଷିତ ପରିବେଶ ପାଇଁ ପ୍ରତିଶ୍ରୁତିବଦ୍ଧ ।