ପାର୍କିଂ ସ୍ଥଳ ପାଲଟିଛି ପୌର କାର୍ଯ୍ୟାଳୟ ସମ୍ମୁଖ ରାସ୍ତା
ତାଳଚେର : ପାର୍କିଂ ସୁବିଧାକୁ ନେଇ ସରକାର ଯେତେ ଟାଣିଓଟାରି ହେଉଥିଲେ ମଧ୍ୟ ସଫଳତାର କାର୍ଯ୍ୟଧାରା ସୋପାନ ସେତିକି ପଛଘୁଞ୍ଚା ଦେଉଥିବା ଅଭିଯୋଗ ହେଉଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ତାଳଚେର ପୌରକାର୍ଯ୍ୟାଳୟର ସମ୍ମୁଖ ରାସ୍ତାରେ । କେବଳ ରବିବାର ଦିନଟି ଛାଡିଦେଲେ ଆଉ ଛଅ ଦିନ ଏହି ରାସ୍ତାଟି ଗହଳ ଚହଳ ହୋଇଥାଏ । ସେହି ରାସ୍ତାଦେଇ ଛୋଟ ଛୋଟ ପିଲା ଟୁ୍ୟସନ୍, ସ୍କୁଲ, କଲେଜ, ମାର୍କେଟ ଓ ସକାଳ ୧୦ଘଟିକା ବାଜିଲେ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟକୁ ଲୋକମାନେ ଯାତାୟତ କରୁଛନ୍ତି । ଏହି ଅଫିସ୍ ସମ୍ମୁଖ ବା କାର୍ଯ୍ୟାଳୟର ୨ଶହ ମିଟର୍ ପର୍ଯ୍ୟନ୍ତ ଗାଡି ଗୁଡିକ ଏଣେତେଣେ ମନଇଚ୍ଛା ପାର୍କିଙ୍ଗ କରୁଥିବା ଯୋଗୁଁ ରାସ୍ତାଟି ଏକ ପ୍ରକାର ସଂକୀର୍ଣ୍ଣ ଅବସ୍ଥାରେ ପରିଣତ ହୋଇଯାଉଛି । କିଛି ବ୍ୟକ୍ତି କାର୍ଯ୍ୟାଳୟକୁ ବିଭିନ୍ନ କାମ ନେଇ ଆସୁଥିବାବେଳେ ଏମାନେ ନିଜର ଗାଡି ଗୁଡିକ କାର୍ଯ୍ୟାଳୟ ସମ୍ମୁଖରେ ରଖୁଥିବା ମଧ୍ୟ ଦେଖାଯାଇଛି । ଏଠି କଥା ଆସେକି, ପ୍ରଶାସନ ପକ୍ଷରୁ ପାର୍କିଂ କରିବାକୁ ନେଇ ଅନ୍ୟ ଲୋକଙ୍କୁ ତାଗିଦ୍ କରୁଥିବା ବେଳେ ଖୋଦ ନିଜସ୍ୱ କାର୍ଯ୍ୟାଳୟ ସମ୍ମୁଖରେ ଏପରି ଅବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି? ବିଶେଷ କଥା ହେଉଛି ଆଗାମୀ ଦେଶର ଭବିଷ୍ୟତ କୁହାଯାଉଥିବା ଛାତ୍ରଛାତ୍ରୀମାନେ ପାଠ ଅଧ୍ୟୟନ କରିବା ସମୟ ଓ ଘରକୁ ଫେରିବା ସମୟରେ ପାର୍କିଂ ହେତୁ ଏହି ରାସ୍ତାଟି ସଙ୍କୁଚିତ ହେଉଥିବା ଯୋଗୁଁ ଦୁର୍ଘର୍ଟଣାର ଆଶଙ୍କା ଦେଖାଦେବା ସହ ଯାତାୟତରେ ବାଧା ଉପୁଜୁଛି ବୋଲି ଅଭିଭାବକ ମହଲରେ ଏହାକୁ ନେଇ ଘୋର ନିନ୍ଦା କରାଯାଇଛି । ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଥିପ୍ରତି ଧ୍ୟାନଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ