ପାର୍ବଣ ଆସିଲେ ଚଳଚଞ୍ଚଳ ହୋଇପଡ଼ନ୍ତି ଗହପାଳର ମୂର୍ତ୍ତି କାରିଗର
ାା ପ୍ରଭାନୁ୍ୟଜ ।ା ବରୀ: ମୂର୍ତ୍ତି ନିର୍ମାଣ କରି ବର୍ଷକ ରୋଜଗାର କରିବା ସମୟ ଚାଲିଯାଇଛି । ଗାଁରୁ ସହର ଯାଏ ଅନେକ ସ୍ଥାନରେ କାରିଗରବି ଭର୍ତ୍ତି ହୋଇଛନ୍ତି । ଯେଉଁ ମାନେ ଅନ୍ୟ ବେପାରବାଟି କରିବା ସହ ପାର୍ବଣ ସମୟରେ ମୂର୍ତ୍ତି କରି ବେପାର କରୁଛନ୍ତି । ଆଗର ସମୟ ଆଉ ନାହିଁ ସତ ହେଲେ ପୂର୍ବ ପୁରୁଷ ବୃତିକୁ ଛାଡ଼ି ପାରିନାହାନ୍ତି ଗହଳପାଳର ମୂର୍ତ୍ତି କାରିଗର । ପାର୍ବଣ ଆସିଲେ ଗହଳପାଳର କାରିଗର ହୋଇପଡ଼ନ୍ତି ଚଳଚଞ୍ଚଳ । ମୂର୍ତ୍ତି ପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲ ଯୋଗାଡ଼ କରି ନିଅନ୍ତି । ଆଉ ସମୟ ପୂର୍ବରୁ ବିକ୍ରି ଏବଂ ବରାଦ ମତେ ନିର୍ମାଣ କରିଥାନ୍ତି ମୂର୍ତ୍ତି । ଆମେ କହୁଛୁ ଯାଜପୁର ଜିଲା ବରୀ ବ୍ଲକ ଅଟିରା ପଞ୍ଚାୟତର ଗହପାଳ ଗ୍ରାମର ମାଟି କାରିଗରଙ୍କ କଥା । ଯେଉଁ ମାନେ ବାପ, ସାଅନ୍ତ ଅମଳରୁ ମାଟିର ମୃତି ନିର୍ମାଣ କରିଆସୁଛନ୍ତି । ଗାଁର ୭ ରୁ ୮ ପରିବାର ବିଭିନ୍ନ ମୃତି ନିର୍ମାଣ କରିଥାନ୍ତି । ମୁଣ୍ଡ ଉପରେ ପାର୍ବଣ ଋତୁ । ମୃତି ନିର୍ମାଣରେ ବ୍ୟସ୍ତ ଏବେ କାରିଗର । ସେଥିଲାଗି କାଦୁଅ, ଛଣ, ବାଣିରେ ବଡ଼ ବଡ଼ ମୃତି ନିର୍ମାଣ କରିଛନ୍ତି । ଅଳ୍ପ ଦିନ ପରେ ଖୁଦୁରୁକୁଣୀ ଓଷା । ସେଥିଲାଗି ଖୁଦୁରୁକୁଣୀ ତିଆରି ସହିତ ପରିବାର ସମସ୍ତ ସଦସ୍ୟ ମଧ୍ୟ ରଙ୍ଗ ଦେବାରେ ସହଯୋଗ କରିଥାନ୍ତି । ଖୁଦୁରୁକୁଣୀ, ଗଣେଶ, ବିଶ୍ୱକର୍ମା ମୃତି କାର୍ଯ୍ୟ ଚାଲିଛି । ଧୀରେ ଧୀରେ ପୂଜା ପର୍ବ ପାଇଁ ଅନ୍ୟାନ୍ୟ ମୂର୍ତ୍ତି ନିର୍ମାଣ କରିବାକୁ ପ୍ରସ୍ତୁୁତି ଚଲାଇଛନ୍ତି ଗାଁର କାରିଗର । ବରୀ ଅଞ୍ଚଳ ଗହପାଳରେ ମାଟି ମୂର୍ତ୍ତି ବେଶ ଚାହିଁଦା ରହିଥାଏ । ବରୀ ବ୍ଲକର ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସି ଏଠାରୁ ବିଭିନ୍ନ ପ୍ରକାରର ମାଟି ମୂର୍ତ୍ତି କିଣିକରି କିଣିନେଇଥାନ୍ତି ।