ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ଛାୟା ସଂସଦ

ପାଣିକୋଇଲି: ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ପାଣିକୋଇଲିରେ ଛାୟା ସଂସଦ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂସଦରେ ଖରସ୍ରୋତା ପୁସ୍ତକ ମେଳାର ସଭାପତି ପଦ୍ମାକର ଗୁରୁ ଏବଂ ସ୍ମୃତିଲିପି ପତ୍ରିକା ସମ୍ପାଦକ ଭୁବନ ମୋହନ ମହାନ୍ତି ଅତିଥି ଭାବେ ଯୋଗଦେଇ ଭାରତ ନିର୍ମାଣରେ ଛାତ୍ରଛାତ୍ରୀଙ୍କ ଯୋଗଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଅଭିମନୁ୍ୟ ଭଟ୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ପରାମର୍ଶକ୍ରମେ ସମାଜ ବିଜ୍ଞାନର ବରିଷ୍ଠ ଅଧ୍ୟାପକ ଅଜିତ କୁମାର ପ୍ରଧାନ, ମଧୁମିତା ପରିଡ଼ା, ପ୍ରଦୁ୍ୟମ୍ନ କୁମାର ମହାରଣା, ଶେଷଦେବ ନାଥ, ସୁଦର୍ଶନ ମିଶ୍ର, ରାଜେନ୍ଦ୍ର ନାରାୟଣ ସାହୁ ପ୍ରମୁଖ ପରିଚାଳନା କରିଥିବାବେଳେ ଓଡ଼ିଆ ବିଭାଗର ଅଧ୍ୟାପକ ଅରୁଣ କୁମାର ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।