ପୂର୍ବତନ ବିଧାୟକଙ୍କ ଭାତୃ ବିୟୋଗ

 ଦଶରଥପୁର: ଦଶରଥପୁର ପଂଚାୟତ ବାଳଦା ଗ୍ରାମର ପ୍ରକାଶ ମହାପାତ୍ର (୬୯)ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ସେ ରାଉରକେଲାର ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ରଙ୍କ ସାନ ଭାଇ ହୋଇଥିବା ବେଳେ ନିଜ ଅଂଚଳର ବିଭିନ୍ନ ସାମାଜିକ କାର୍ଯ୍ୟ କରି ବେଶ ପରିଚିତ ଥିଲେ । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କର ମୃତ୍ୟ ଘୋଷଣା କରିଥିଲେ, ତାଙ୍କୁ ଗାଁ ଶ୍ମାଶନରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିବାବେଳେ ପୁଅ ରଜନୀକାନ୍ତ ମହାପାତ୍ର ମୁଖାଗ୍ନି ଦେଇଥିଲେ । ତାଙ୍କ ଶବାଧାରରେ ଉକôଳ କେଶରୀ ମହାପାତ୍ର, ଭରତ ଚନ୍ଦ୍ର ପରିଡା, ଏକାଦଶୀ ତ୍ରିପାଠୀ, ଚନ୍ଦ୍ର ନାରାୟଣ ଦାସ, ଶସଧର ମେଦିନସିଂ ମହାପାତ୍ର, ଇନ୍ଦ୍ରଜିତ ଦାସ, ପ୍ରଦୀପ ସାହୁ, କଳିଙ୍ଗ ନାୟକ, ସୁନିଲ ରାଉତ, ଅନନ୍ତ କୁମାର ଦାସ, ସବ୍ୟସାଚୀ ଦାସ, ଚନ୍ଦ୍ରଶେଖର ସାହୁଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।