ପୂର୍ବତନ ସାଂସଦଙ୍କ ମହନିୟତା

:ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ଯାଜପୁରରୁ ଫେରୁଥିବା ସମୟରେ ମହେଶ୍ୱରପୁର୍ ଛକ ନିକଟରେ ଦୁର୍ଘଟଣାଗସ୍ତ ଦୁଇଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଥିଲେ । ଜମଧର ଗ୍ରାମର ସତ୍ୟଶିବ ନାୟକ ତାଙ୍କ ପିଉସୀ ଜ୍ୟୋତ୍ସ୍ନାରାଣୀ ମଲ୍ଲିକଙ୍କୁ ନେଇ ଆସୁଥିବା ସମୟରେ ଏକ ଅଜଣା ଗାଡି ଧକ୍କାରେ ରାସ୍ତାରେ ପଡି ଆହତ ହୋଇଥିଲେ । ଯାହା ପୂର୍ବତନ ସାଂସଦଙ୍କ ନଜର ପଡିଥିଲା । ସେ ତୁରନ୍ତ ସେମାନଙ୍କୁ ନିଜ ଗାଡିରେ ହରିପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇ ତାଙ୍କର ପ୍ରାଥମିକ ଚିକିତ୍ସା କରାଇବା ପରେ ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଇଥିଲେ । ସେଠାରେ ମଧ୍ୟ ଫୋନ ଯୋଗେ ସମସ୍ତ ପ୍ରକାର ଚିକିତ୍ସା କରିବାର ବ୍ୟବସ୍ଥା କରାଇଥିଲେ ।